www.samajalive.in
Monday, December 15, 2025
15.1 C
Bhubaneswar

ଲକ୍ଷ୍ମୀଧର ବେହେରା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପିୱାଇସି ଅଟ୍ରି ଚାମ୍ପିଅନ

କଳାପଥର: ବାଙ୍କୀ ଆଥେଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଲକ୍ଷ୍ମୀଧର ବେହେରା ସ୍ମାରକୀ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ୍ ମ୍ୟାଚରେ ପିଓ୍ବାଇସି ଅଟ୍ରି ଚାମ୍ପିଅନ ହୋଇଛି। ଅଟ୍ରି ଦଳ ପ୍ରତିପକ୍ଷ ରାଇଜିଂ ଷ୍ଟାର୍ କୁମାରବସ୍ତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପିୱାଇସି ଅଟ୍ରି ୮ ୱିକେଟ ହରାଇ ୨୯୭ରନ୍ କରିଥିଲା । ଦଳ ତରଫରୁ ପ୍ରଦୀପ ରାଉତ ୪୨ବଲ୍‌ରୁ ୧୯୧ରନ୍ ସଂଗ୍ରହ କରିଥିଲେ । ବିପକ୍ଷ କୁମାରବସ୍ତ ଦଳ ସମସ୍ତ ୱିକେଟ ହରାଇ ୧୯୨ରନ୍ କରିବାକୁ ସକ୍ଷମ ହୋଇଥିଲା। ଆଜିର ଚୂଡାନ୍ତ ଟୁର୍ଣ୍ଣାମେଣ୍ଟରେ ପ୍ରଦୀପ ରାଉତ ମ୍ୟାନଅଫ୍ ଦ ମ୍ୟାଚ୍‌, ଆଇସି ଗିରି ମ୍ୟାନ୍ ଅଫ୍ ଦ ସିରିଜ ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହୋଇଥିଲେ । ରନର୍ସ ଅଫ୍ ଦଳକୁ ନଗଦ ୨୦ହଜାର ଟଙ୍କା ସହିତ ଟ୍ରଫି ଏବଂ ଚାମ୍ପିଅନ ଅଟ୍ରି ଦଳକୁ ନଗଦ ୩୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ। ସମାଜସେବୀ କେଶବ ଚନ୍ଦ୍ର ବେହେରା ଏବଂ ଓଡ଼ିଶା ପୁଲିସ୍ ମହାସଂଘ ସଂପାଦକ ମାନସ ବାରିକ ବିଶେଷ ଅତିଥି ଭାବରେ ଯୋଗଦେଇଥିଲେ । ଆଜିର ଉଦ୍‌ଯାପନ କାର‌୍ୟ୍ୟକ୍ରମକୁ ବାଙ୍କୀ କ୍ରୀଡା ସଂସଦ ଉପସଭାପତି ବିବେକାନନ୍ଦ ସାମଲ, ଉପଦେଷ୍ଟା ଆଇନଜୀବୀ ଧର୍ମପ୍ରସାଦ ମଙ୍ଗରାଜ ପରିଚାଳନା କରିଥିବା ବେଳେ କ୍ରିକେଟ ସଂପାଦକ ସତ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଖେଳକୁ କେଶବ ମଙ୍ଗୁଆଳ ଓ ବସନ୍ତ ଦାସ ପରିଚାଳନା କରିଥିବା ବେଳେ ମନୋଜ କୁମାର ରାଉତ ବିବରଣୀ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories