www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ: ସିଙ୍ଗଲ୍‌ସ ୩ୟ ରାଉଣ୍ଡରେ ସିନ୍ଧୁ

ବାସେଲ୍‌ : ଏଠାରେ ଚାଲିଥିବା ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ମହିଳା ସିଙ୍ଗଲ୍‌ସ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତର ପି.ଭି. ସିନ୍ଧୁ। ବୁଧବାର ଖେଳା ଯାଇଥିବା ୨ୟ ରାଉଣ୍ଡ ମ୍ୟାଚ୍‌ରେ ସିନ୍ଧୁ ସହଜରେ ଚାଇନିଜ୍ ତାଇପେର ପାଓ ୟୁ-ପୋଙ୍କୁ ୨୧-୧୪, ୨୧-୧୫ ଗେମ୍‌ରେ ପରାସ୍ତ କରିଛନ୍ତି। ବିଶ୍ବର ୫ନଂ ଖେଳାଳି ଏହି ମ୍ୟାଚ୍‌ରେ ଏପରି ପ୍ରାଧାନ୍ୟ ବିସ୍ତାର କରିଥିଲେ ଯେ ଏହାକୁ ମାତ୍ର ୪୨ ମିନିଟରେ ଜିତି ନେଇଥିଲେ।

୨୪ ବର୍ଷ ବୟସ୍କା ସିନ୍ଧୁ କ୍ରମାଗତ ୨ଟି ବିଶ୍ବ ଚମ୍ପିଆନ୍‌ସିପ୍‌ରେ ରୌପ୍ୟପଦକ ଜିତିଥିବା ବେଳେ ସମାନ ସଂଖ୍ୟକ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଏଥର ସ୍ବର୍ଣ୍ଣପଦକ ଲକ୍ଷ୍ୟରେ ଥିବା ସିନ୍ଧୁ ପ୍ରଥମ ଗେମ୍‌କୁ ମାତ୍ର ୧୮ ମିନିଟରେ ଜିତିବା ପରେ ୨ୟ ଗେମ୍‌ରେ ପ୍ରାଧାନ୍ୟ ବିସ୍ତାରକରି ବିଜୟୀ ହୋଇଥିଲେ। ୩ୟ ରାଉଣ୍ଡରେ ସିନ୍ଧୁ ୯ମ ସିଡ୍ ଆମେରିକାର ବେଇୱେନ୍ ଝାଙ୍ଗ୍‌ଙ୍କ ମୁକାବିଲା କରିବେ। ଭାରତ ପାଇଁ ଏହା ନୈରାଶ୍ୟଜନକ ଯେ ପୁରୁଷ ଡବଲ୍‌ସରେ ସାତ୍ବିକ ସାଇରାଜ ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ୨ୟ ରାଉଣ୍ଡରେ ସ୍କଟ୍‌ଲାଣ୍ଡର ଯୋଡ଼ିକୁ ୱାକ୍‌ଓଭର ଦେଇଛନ୍ତି। ପୁରୁଷ ଡବଲ୍‌ସରେ ଭାରତର ମନୁ ଅତ୍ରି ଓ ବି. ସୁମିତ ରେଡ୍‌ଡୀଙ୍କୁ ୬ଷ୍ଠ ସିଡ୍ ଯୋଡ଼ି ଚୀନ୍‌ର ହାନ୍ ​‌େ​‌ଚଙ୍ଗ୍ କାଇ ଓ ଝାଓ ହାଓ ଡଙ୍ଗ୍‌ ୨୧-୧୬, ୨୧-୧୯ ଗେମ୍‌ରେ ପରାସ୍ତ କରିଛନ୍ତି। ମହିଳା ଡବଲ୍‌ସରେ ଭାରତର ଜେ. ମେଘନା ଓ ପୂର୍ବିଶା ରାମ୍‌ଙ୍କ ଯୋଡ଼ିକୁ ୮ମ ସିଡ୍ ଜାପାନର ଯୋଡ଼ି ସିହୋ ଟାନାକା ଓ କୋହାରୁ ୟୋନେମୋଟୋ ୨୧-୮, ୨୧-୧୮ ଗେମ୍‌ରେ ପରାସ୍ତ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories