www.samajalive.in
Monday, December 15, 2025
14.1 C
Bhubaneswar

ମୋଦୀଙ୍କୁ ୧୦ ମିନିଟ ଅପେକ୍ଷା କଲେ ପୁଟିନ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ ଗସ୍ତ ବେଶ୍‌ ସ୍ଵତନ୍ତ୍ର ରହଥିଲା। ସାଂଘାଇ ସମନ୍ବୟ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବାକୁ ମୋଦୀ ଚୀନ ଯାଇଥିଲେ। କିନ୍ତୁ ଅନେକ କ୍ଷେତ୍ରରେ ତାଙ୍କର ଏହି ଯାତ୍ରା ଐତିହାସିକ ପାଲଟିଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ନିଜ ପ୍ରିୟ ବନ୍ଧୁ ଭ୍ଲାଦିମିର ପୁଟିନଙ୍କୁ ବି ଭେଟିଥିଲେ। ଦୁଇ ନେତାଙ୍କ ବନ୍ଧୁତା ଏବଂ ଆଲୋଚନା ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି। ଖାସ କଥା ଏହା ଯେ ପୁଟିନ ଏବଂ ମୋଦୀ ଗୋଟିଏ କାରରେ ଯାତ୍ରା କରିଥିଲେ। ଏସସିଓ ସମ୍ମିଳନୀ ସ୍ଥଳରୁ ହୋଟେଲ ପର୍ଯ୍ୟନ୍ତ ମୋଦୀ ପୁଟିନଙ୍କ ଅରସ ଲିମୋସିନ କାରରେ ବସି ଯାତ୍ରା କରିଥିଲେ।

ସମ୍ମିଳନୀ ସରିବା ପରେ ପୁଟିନ ଆଗ ବାହାରକୁ ଚାଲିଆସିଥିଲେ। କିନ୍ତୁ ସେ ମୋଦୀଙ୍କ ସହିତ ହୋଟେଲ ପର୍ଯ୍ୟନ୍ତ ଯିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେଥିପାଇଁ ସେ ବାହାରେ ମୋଦୀଙ୍କୁ ପ୍ରାୟ ୧୦ ମିନିଟ ଧରି ଅପେକ୍ଷା କରିରହିଥିଲେ। ମୋଦୀ ପହଞ୍ଚିବା ପରେ ପୁଟିନ ତାଙ୍କୁ ତାଙ୍କ କାରରେ ବସି ଯିବାକୁ ଅନୁରୋଧ କରିଥିଲେ। ମୋଦୀ ବି ତାଙ୍କ ସହ ଯାଇଥିଲେ। କାରରେ ଯିବା ସମୟରେ ସେମାନେ ଅନେକ ପ୍ରସଙ୍ଗରେ ଆଲୋଚନା ବି କରିଥିଲେ। ଏପରି କି ହୋଟେଲରେ ପହଞ୍ଚିବା ପରେ ମଧ୍ୟ ଦୁଇ ନେତା କାର ଭିତରେ ୪୫ ମିନିଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ। ଏହା ପରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିଲା।

- Advertisement -

ସମ୍ମିଳନୀ ସ୍ଥଳରେ ବି ମୋଦୀ-ପୁଟିନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେମାନଙ୍କ ସହିତ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବି ଉପସ୍ଥିତ ରହିଥିଲେ। ବିଶ୍ଵର ୩ ଶକ୍ତିଶାଳୀ ରାଷ୍ଟ୍ରର ନେତା ଏକାଠି ଆଲୋଚନା କରିଥିଲେ, ଯାହାର ଦୃଶ୍ୟ ବେଶ୍ ରୋଚକ ଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories