ମସ୍କୋ- ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି। ଦୁଇ ଦିନିଆ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁଟିନ ବାହାରକୁ ଗଲେ ଯାହା ଖାଆନ୍ତି ତାହା ରୁଷରୁ ଅଣାଯାଇଥାଏ । ତାକୁ ଏକ ଲ୍ୟାବରେ ପରୀକ୍ଷା କରାଯିବା ପରେ ପଠାଯାଇଥାଏ । ତାଙ୍କର କାର୍ ମଧ୍ୟ ଗସ୍ତ ପୂର୍ବରୁ ଆସିଥାଏ । ସ୍ୱତନ୍ତ୍ର ଅରୁସ୍ ସେନେଟ୍ କାର ପୂର୍ବରୁ ଭାରତକୁ ବିମାନ ଯୋଗେ ପଠାଯାଉଥି। ସବୁଠାରୁ ବଡ କଥା ପୁଟିନଙ୍କ ମଳ ମୁତ୍ରକୁ ମଧ୍ୟ ଏକ ସିଲଡ୍ ସୁଟ୍କେଶ୍ରେ ତାଙ୍କର ସୁରକ୍ଷା କର୍ମୀ ମାନେ ମସ୍କୋ ନେଇଯାଇଥାଆନ୍ତି । ଏପରି କାହିଁକି କରାଯାଇଥାଏ ଜାଣନ୍ତୁ …..
ପୁଟିନଙ୍କ ‘ମଳ ସୁଟକେସ୍’
ଯେତେବେଳେ ରୁଷ୍ର ରାଷ୍ଟ୍ରପତି ପୁଟିନ ବିଦେଶ ଯାତ୍ରାରେ ଯାଆନ୍ତି, ତାଙ୍କ ସହିତ ଏକ ସ୍ୱତନ୍ତ୍ର ‘ମଳ ସୁଟକେସ୍’ ଯାଇଥାଏ। ତାଙ୍କର ମଳ ଏବଂ ପରିସ୍ରା ଏହି ସୁଟକେସ୍ ରେ ସଂଗ୍ରହ କରାଯାଏ ଏବଂ ପରେ ମସ୍କୋକୁ ଫେରାଇ ଅଣାଯାଏ । ପୁଟିନଙ୍କ ସୁରକ୍ଷା ଦଳ ବିଦେଶ ଯାତ୍ରାରେ ବୁଲେଟପ୍ରୁଫ୍ ସୁଟକେସ୍ ସହିତ ଯାତ୍ରା କରନ୍ତି, ଯାହା ମଧ୍ୟରୁ ଗୋଟିଏକୁ ‘ମଳ ସୁଟକେସ୍’ କୁହାଯାଏ। ଏହା ବିଶେଷ ଭାବରେ ତାଙ୍କର ମଳ ଏବଂ ପରିସ୍ରା ସଂଗ୍ରହ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।
ପୁଟିନ ଏହା କାହିଁକି କରନ୍ତି ?
ଏହା ପଛରେ ଉଦ୍ଦେଶ୍ୟ ହେଉଛି ପୁଟିନ୍ ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ସୂଚନାକୁ ଗୁପ୍ତ ରଖିବା। ମଳ ଏବଂ ପରିସ୍ରା ନମୁନା ଯାଞ୍ଚ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥା, ରୋଗ, ଖାଦ୍ୟ ଏବଂ ଜୀବନଶୈଳୀ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳି ପାରିବ। ପୁଟିନ ଚାହାଁନ୍ତି ନାହିଁ ଯେ ପ୍ରତିଦ୍ୱନ୍ଦ୍ୱୀ ଶତ୍ରୁ ଦେଶ କିମ୍ବା ଗୁପ୍ତଚର ସଂସ୍ଥା ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ କୌଣସି ସୂଚନା ପାଆନ୍ତୁ। ଏହି କାରଣରୁ ତାଙ୍କ ସୁରକ୍ଷା କର୍ମଚାରୀମାନେ ବିଦେଶ ଯାତ୍ରା ସମୟରେ ତାଙ୍କ ମଳ ସଂଗ୍ରହ କରି ରୁଷ୍କୁ ଫେରାଇ ଆଣନ୍ତି । ଏହାକୁ ଅତି ଗୁପ୍ତ ଭାବରେ ନଷ୍ଟ କରାଯାଇଥାଏ ।
ଫରାସୀ ପତ୍ରିକା ପ୍ୟାରିସ୍ ମ୍ୟାଚ୍ ପ୍ରଥମେ ଏହି ସୂଚନା ପ୍ରକାଶ କରିଥିଲା…
ଏହି ସୂଚନା ପ୍ରଥମେ ଫରାସୀ ପତ୍ରିକା ପ୍ୟାରିସ୍ ମ୍ୟାଚ୍ ରେ ପ୍ରକାଶିତ ହୋଇଥିଲା । ସାମ୍ବାଦିକ ରେଜିସ୍ ଜେଣ୍ଟେ ଏବଂ ମିଖାଏଲ୍ ରୁବିନ୍ ଏହି ଖବରଟି ଲେଖିଥିଲେ । ପୁଟିନଙ୍କ ସୁରକ୍ଷା ଅଧିକାରୀମାନେ ତାଙ୍କ ମଳକୁ ସିଲ୍ ବ୍ୟାଗରେ ପ୍ୟାକ୍ କରନ୍ତି, ଏହାକୁ ଏକ ସ୍ୱତନ୍ତ୍ର ବ୍ରିଫକେସ୍ ରେ ରଖନ୍ତି ଏବଂ ମସ୍କୋ ପଠାନ୍ତି ବୋଲି ସେମାନେ ଲେଖିଥିଲେ । ପରବର୍ତ୍ତୀ ସମୟରେ ଦି ଇଣ୍ଡିପେଣ୍ଡେଣ୍ଟ ୨୦୨୨ ରେ ଏହା ଉପରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ପୁଟିନଙ୍କ ୨୦୧୭ ରେ ଫ୍ରାନ୍ସ ଏବଂ ୨୦୧୯ ରେ ସାଉଦି ଆରବ ଗସ୍ତ ସମୟରେ ଏହା କରାଯାଇଥିଲା ବୋଲି ସେଥିରେ ଉଲ୍ଲେଖ ରହିଥିଲା ।
ଏହାର ଉଦ୍ଦେଶ୍ୟ କ’ଣ?
ଦି ଇଣ୍ଡିପେଣ୍ଡେଣ୍ଟ ଅନୁଯାୟୀ, ଉଦ୍ଦେଶ୍ୟ ହେଉଛି ବିଦେଶୀ ଗୁପ୍ତଚର ସଂସ୍ଥାଗୁଡ଼ିକୁ ପୁଟିନଙ୍କ ମଳର ନମୁନା ପାଇବାରୁ ରୋକିବା, ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ବାହାରେ କୌଣସି ତଥ୍ୟ ରହିବ ନାହିଁ । ଇଣ୍ଡିଆନ୍ ଏକ୍ସପ୍ରେସ୍ ସହିତ କଥାବାର୍ତ୍ତା କରି ପୂର୍ବତନ ବିବିସି ସାମ୍ବାଦିକ ଫରିଦା ରୁସ୍ତମୋଭା ମଧ୍ୟ ଏପରି ଘଟଣାକୁ ସ୍ୱୀକାର କରିଥିଲେ। ପୁଟିନ ବିଦେଶୀ ଯାତ୍ରା ସମୟରେ “ବ୍ୟକ୍ତିଗତ ବାଥରୁମ୍” କିମ୍ବା ପୋର୍ଟେବଲ୍ ଟଏଲେଟ୍ ବ୍ୟବହାର କରନ୍ତି। ତାଙ୍କ ମତରେ, ପୁଟିନ ପ୍ରଥମରୁ ଏହି ଏହା କରିଆସୁଛନ୍ତି ।
ଏକ୍ସପ୍ରେସ ୟୁଏସର ଏକ ରିପୋର୍ଟ ଅନୁଯାୟୀ, ଏହି ସୁଟକେସ୍ ପୁଟିନଙ୍କ ବିଦେଶ ଯାତ୍ରାର ଏକ ନିୟମିତ ଅଂଶ। ଏହାର ଉଦ୍ଦେଶ୍ୟ କେବଳ ସୁରକ୍ଷା ନୁହେଁ ବରଂ ଗୋପନୀୟତା ରକ୍ଷା କରିବା । ରୁଷ ଫେଡେରାଲ ସିକ୍ୟୁରିଟି ସର୍ଭିସ୍ (FSO) ପୁଟିନଙ୍କ ଶରୀରର ମଳ – ମଳ ଏବଂ ମୂତ୍ର – ସ୍ୱତନ୍ତ୍ର ପ୍ୟାକେଟରେ ସଂଗ୍ରହ କରି ଏହାକୁ ମସ୍କୋକୁ ଫେରାଇ ଆଣିଥାଏ। ଏହା ବିଦେଶୀ ଗୁପ୍ତଚର ସଂସ୍ଥାଗୁଡ଼ିକୁ ତାଙ୍କ ଜୈବିକ ବିଶ୍ଳେଷଣ କରିବା ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୋପନୀୟ ସୂଚନା ପାଇବାରୁ, ରୋକିବା ପାଇଁ କରାଯାଇଥାଏ ।
ଗତ କିଛି ବର୍ଷ ଧରି ୭୨ ବର୍ଷୀୟ ପୁଟିନଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ଆଲୋଚନା ତଥା ତଥ୍ୟ ପ୍ରକାଶ ପାଇଛି । ୨୦୨୨ ମସିହାରୁ, ଗଣମାଧ୍ୟମ ରିପୋର୍ଟଗୁଡ଼ିକ ନିରନ୍ତର ଭାବରେ ପୁଟିନ୍ ପାର୍କିନସନ ଭଳି ଅବସ୍ଥାର ଲକ୍ଷଣ ଅନୁଭବ କରୁଥିବା କଥା ରିପୋର୍ଟ ପ୍ରକାଶ କରିଛନ୍ତି । । ନଭେମ୍ବର ୨୦୨୪ରେ କାଜାଖସ୍ତାନର ଆସ୍ତାନାରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ, ପୁଟିନଙ୍କ ଗୋଡ଼ ଥରୁଥିବା ଦେଖାଯାଇଥିଲା , ଏହାକୁ ବିଶେଷଜ୍ଞମାନେ ସ୍ନାୟୁ ବିକାରର ଲକ୍ଷଣ ବୋଲି କହିଥିଲେ । ୨୦୨୩ ମସିହାରେ ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋଙ୍କ ସହ ଏକ ସାକ୍ଷାତ ସମୟରେ ପୁଟିନ୍ ଥରୁଥିବା ଦେଖିବା ପାଇଁ ମିଳିଥିଲା । ତଥାପି, କ୍ରେମଲିନ୍ ବା ରୁଷ୍ ପ୍ରଶାସନ ବାରମ୍ବାର ଏପରି ଗୁଜବକୁ ଖଣ୍ଡନ କରିଛି।
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତାମାନଙ୍କ ମଧ୍ୟରୁ ଜଣେ ପୁଟିନ, ତାଙ୍କର ବ୍ୟକ୍ତିଗତ ସୂଚନା, ଯେତେ ସାମାନ୍ୟ ହେଉ ନା କାହିଁକି, ଅନ୍ୟମାନଙ୍କ ହାତରେ ନ ପଡ଼େ ସେଥିପାଇଁ ଅତ୍ୟନ୍ତ ସତର୍କତାର ସହ ରୁଷ୍ର ସୁରକ୍ଷା ସଂସ୍ଥାମାନେ କାମ କରୁଛନ୍ତି ।



