www.samajalive.in
Sunday, December 7, 2025
26.1 C
Bhubaneswar

ପୁଷ୍ପା-୨ର ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍‌‌: ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ରଶ୍ମିକା

ନୂଆଦିଲ୍ଲୀ: ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ‘ପୁଷ୍ପା-୨’ ଅନ୍ୟତମ। ଫିଲ୍ମରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ପୁଣି ଥରେ ଧମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି। ପୁଷ୍ପା-୨ରେ ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍‌‌ ସାମ୍ନାକୁ ଆସିବା ପରେ ଦର୍ଶକମାନେ ଫିଲ୍ମକୁ ନେଇ ଖୁବ ଏକ୍ସସାଇଟେଡ ଅଛନ୍ତି। ନ୍ୟାସନାଲ କ୍ରସ୍‌‌ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନରେ ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍‌‌ ରିଲିଜ ହେବା ପରେ ସରପ୍ରାଇଜ୍‌‌ ହୋଇଛନ୍ତି ଦର୍ଶକ। ଶ୍ରୀବଲ୍ଲିଙ୍କ ଏହି ଅନ୍ଦାଜ ଫ୍ୟାନ୍ସମାନଙ୍କୁ ଖୁବ ପସନ୍ଦ ଆସିଛି। ସବୁଜ ରଙ୍ଗର ଶାଢି, ମଥାରେ ସିନ୍ଦୁର, ହାତରେ ସବୁଜ-ନାଲି ରଙ୍ଗର ଚୁଡି, ନାକରେ ନୋଥ, ମଙ୍ଗଳସୂତ୍ର ସହିତ ହାର ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି ରଶ୍ମିକା। ଫିଲ୍ମର ଏହି ପୋଷ୍ଟର ରିଲିଜ କରାଯିବା ସହିତ ପୁଣି ଥରେ ଟିଜର ରିଲିଜ ନେଇ ଘୋଷଣା କରାଯାଇଛି। ଫିଲ୍ମର ନିର୍ମାତା ଏପ୍ରିଲ ୮ରେ ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ଏହାର ପ୍ରଥମ ଟିଜର ରିଲିଜ କରିବାକୁ ଘୋଷଣା କରିଛନ୍ତି।

ସିନ୍ଦୁରା ଓଡ଼ିଆ ଚଳଚ୍ଚିତ୍ର ୧୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories