www.samajalive.in
Saturday, December 6, 2025
26.1 C
Bhubaneswar

ମାସିକ ପ୍ରତ୍ୟେକ କର୍ମଚାରୀଙ୍କୁ ୧,୮୦୦୦୦ ପାଦ ଚାଲିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଲୋକ ସୁସ୍ଥ ରହିବାକୁ ସର୍ବଦା ଚେଷ୍ଠିତ ରହୁଛନ୍ତି। ଫିଟ୍ ଏବଂ ଫାଇନ୍ ରହିବାକୁ କିଏ ସକାଳୁ ବ୍ୟାୟାମ କରୁଛି ତ ଆଉ କେହି କେହି ଜିମ୍ ରେ ସମୟ ବିତାଉଛନ୍ତି। ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ , ଚୀନ୍‌‌ର ଏକ ଜଣାଶୁଣା କମ୍ପାନୀ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବ୍ୟାୟାମ କରିବାକୁ ଉତ୍ସାହିତ କରିବା ପାଇଁ ଏକ ବିଚିତ୍ର ଉପାୟ ଅବଲମ୍ବନ କରିଛି। ଯାହାକୁ ନେଇ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଅଭିଯୋଗ କରିବା ଆରମ୍ଭ କରିଛନ୍ତି। କର୍ମଚାରୀମାନେ କହିଛନ୍ତି ଯେ ମାସିକ ପ୍ରତ୍ୟେକ କର୍ମଚାରୀଙ୍କୁ ୧,୮୦୦୦୦ ପାଦ ଚାଲିବା ବାଧ୍ୟତାମୂଳକ କରାଯାଇଛି। ନଚେତ୍ ପ୍ରତି ପାଦ ପାଇଁ ୧୨ ପଇସା ହିସାବରେ ସେମାନଙ୍କ ଦରମାରୁ ଅର୍ଥରାଶି କଟାଯିବ। ୧,୮୦୦୦୦ ପାଦ ଚାଲିବା ପରେ କର୍ମଚାରୀଙ୍କ ପାଇଁ କୌଣସି ପୁରସ୍କାର କିମ୍ବା ବର୍ଦ୍ଧିତ ଦରମା ବ୍ୟବସ୍ଥା ନଥିବାରୁ ସେମାନଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ହେଲେ ଯେଉଁମାନେ ବିଫଳ ହେବେ, ସେମାନଙ୍କ ଦରମା କାଟ ହେବ ଓ ଚାକିରିରୁ ବହିଷ୍କାର କରାଯିବ। କାର୍ଯ୍ୟାଳୟରେ କାମକୁ ଯେତିକି ଗୁରୁତ୍ବ ଦିଆଯାଉନି, ଚାଲିବାକୁ ସେତିକି ପ୍ରାଧାନ୍ୟ ଦିଆଯାଉଥିବା କହିଛନ୍ତି କର୍ମଚାରୀମାନେ। ଦିନକୁ ହାରାହାରି ସେମାନେ ୬,୦୦୦ ପାଦ ଚାଲିଲେ ମାସ ଶେଷକୁ ନିର୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିପାରିବେ।  ସେପଟେ କିନ୍ତୁ ଏହାକୁ ନେଇ କମ୍ପାନୀ ମୁଖ୍ୟ କହିଛନ୍ତି  କେବଳ କର୍ମଚାରୀଙ୍କ ଉତ୍ତମ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories