www.samajalive.in
Saturday, December 6, 2025
26.1 C
Bhubaneswar

ବଦଳିବ ଏହି ରାଶିଙ୍କ ଭାଗ୍ୟ: ଶନିବାର ରାଶିଫଳ

ମେଷ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ପରୋପକାରୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା ୩।
ବୃଷ: କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆର୍ଥିକ ସ୍ଥିତି ଉନ୍ନତମାନର ହେବ। କର୍ମଚଞ୍ଚଳ ରହିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୨।
ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ବିକେନ୍ଦ୍ରୀକରଣ କରି ଅଧସ୍ତନଙ୍କ ନମସ୍ୟ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଶୁଭ ରଙ୍ଗ ସବୁଜ, ଶୁଭ ଅଙ୍କ ୫।
କର୍କଟ: ସାମୟିକଭାବେ ଅନଟନର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଜଳଯାତ୍ରାରେ ବିପଦ ରହିଛି। ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୨।
ସିଂହ: ବହୁ ଶୁଭଙ୍କର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ। ଶୁଭ ରଙ୍ଗ ଗୋଲାପୀ, ଶୁଭ ଅଙ୍କ ୧।
କନ୍ୟା:ପରିବାରଙ୍କ ସହଯୋଗରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଋଣ ପରିଶୋଧ କରିବେ। ଶୁଭ ରଙ୍ଗ ସବୁଜ ଓ ଶୁଭ ସଂଖ୍ୟା ୫।
ତୁଳା: ସାକ୍ଷାତକାରର ପ୍ରସ୍ତୁତି ସ୍ବରୂପ ନାନା ଜ୍ଞାନ-ବିଜ୍ଞାନ ପୁସ୍ତକ ଅଧ୍ୟୟନ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହୋଇ ଶୂନ୍ୟସ୍ଥାନ ପୂରଣ କରିବାରେ ସକ୍ଷମ ହେବେ। ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୬।
ବିଛା: ପରିଶ୍ରମ କଠିନ ଓ କଷ୍ଟଦାୟକ ହେଲେ ବି କାର୍ଯ୍ୟ ସମ୍ପାଦନ କରି ଉଚିତ ପ୍ରାପ୍ୟ ପାଇପାରନ୍ତି। ଯାନବାହନ ସୁଖ ମିଳିବ। ଜ୍ୟେଷ୍ଠ ନ ହୋଇ ବି ଶ୍ରେଷ୍ଠ ହୋଇପାରନ୍ତି। ଶୁଭ ରଙ୍ଗ ଲାଲ, ଶୁଭ ଅଙ୍କ ୯।
ଧନୁ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରଣୀୟ। ଦେବ ଦର୍ଶନ ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ଉପୁଜିଥିବା ଅଶାନ୍ତିର ବିଲୋପ ଘଟିବ। ଶୁଭ ରଙ୍ଗ ହଳଦୀ ଓ ଶୁଭ ଅଙ୍କ ୩।
ମକର: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ରୂପବାନ୍‌ ​ହେବେ। ଶୁଭ ରଙ୍ଗ କଳା, ଶୁଭ ଅଙ୍କ ୪।
କୁମ୍ଭ:ଆୟ ଗତାନୁଗତିକ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ଭୋଜନ ରୁଚିପୂର୍ଣ୍ଣ ହେବ। ପାରିବରିକ ଜୀବନ ସ୍ନେହପୂର୍ଣ୍ଣ ହେବ। ସୁସ୍ଥ ରହିବେ। ଶୁଭ ରଙ୍ଗ କଳା, ଶୁଭ ଅଙ୍କ ୮।
ମୀନ: ମୌନବ୍ରତ ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅଯଥା ବିତର୍କରେ ଭାଗ ନ ନନେଇ ନିରବ ଦର୍ଶକ ସାଜିପାରନ୍ତି। ବନ୍ଧୁ ବିିରୋଧର ସମ୍ମୁଖୀନ ହୋଇପାରନ୍ତି। ଶୁଭ ରଙ୍ଗ ହଳଦୀ ଓ ଶୁଭ ଅଙ୍କ ୩।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories