ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସଙ୍କଟାପର୍ଣ୍ଣ ଅବସ୍ଥାରେ ୭ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା। ଗଞ୍ଜାମ କାଇଲୋପଡା ପଞ୍ଚାୟତ ଦହିମୁଣ୍ଡଳୀ ଗାଁର ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ରୀୟ ବ୍ରହ୍ମପୁରକୁ ଦୁଇଟି ପିକଅପ୍ ଭ୍ୟାନରେ ଯାଉଥିଲେ। ତେବେ ଗୋଟିଏ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚ ଅଧିକ ତଦନ୍ତ ଜାରି ରଖିଛି।
Popular Categories



