ସିନ୍ଦୁରା ଓଡ଼ିଆ ଚଳଚ୍ଚିତ୍ର ୧୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା

ଭୁବନେଶ୍ୱର- ସିନ୍ଦୁରା ଚଳଚ୍ଚିତ୍ର ସାରା ଓଡ଼ିଆର ୧୫ ଟି ପ୍ରେକ୍ଷାଳୟ ରେ ଶୁଭ ମୁକ୍ତିଲାଭ କରିଛି l ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ୱାରା ପ୍ରସ୍ତୁତ ତଥା ଦିଲ୍ଲୀପ ଦାଶ ନିବେଦିତ ଷଷ୍ଠ ଅବଦାନ ସିନ୍ଦୁରା ପ୍ରିମିଅର ଶୋ’ ରେ ଓଲିଉଡ଼ ର ସମସ୍ତ କଳାକାର ଙ୍କ ସମେତ ଅନେକ ସମୀକ୍ଷକ ଏକାଠି ସିନ୍ଦୁରା ଦେଖିଥିଲେ l ସିନ୍ଦୁରା ର କାହାଣୀ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିରଞ୍ଚି ନାରାୟଣ ପଣ୍ଡା l
ଚଳଚ୍ଚିତ୍ରର କାହାଣୀ ଚାଷରେ ବ୍ୟବହୃତ ହେଉଥିବା ପେଷ୍ଟିସାଇଡ୍‌ର ନକାରାତ୍ମକ ପ୍ରଭାବ ଉପରେ ପର୍ଯ୍ୟବେସିତ ହୋଇଛି । ଯାହା ଆମ ଚାଷୀ ପରିବାର ର କଥାବସ୍ତୁ ଉପରେ ଆଧାରିତ l ସମ୍ପୂର୍ଣ୍ଣ ନିଆରା ତଥା ମୌଳିକ ଚିନ୍ତାଧାରା ର ଚଳଚ୍ଚିତ୍ର ସିନ୍ଦୁରା l
କାହାଣୀ ଏପରି ; ଗୋଟିଏ ପଟେ ନାୟକ ୟୁ ଟ୍ୟୁବର ଆକାଶ ଗୋଲଡେନ ବଟନ୍
ହାସଲ କରିବାକୁ ସ୍ଵପ୍ନ ଦେଖୁଛନ୍ତି । ଅନ୍ୟପଟେ ନାୟିକା ଭୂମି ଚାଷରେ ପେଷ୍ଟିସାଇଡ୍‌ର ବ୍ୟବହାର ବିରୋଧରେ ସଚେତନତାର ମଙ୍ଗ ଧରିଛନ୍ତି । ପେଷ୍ଟିସାଇଡ ବିରୋଧୀ
ସଚେତନତା ଓ ଅଭିଷେକ-ସୁପ୍ରିୟାଙ୍କ ପ୍ରେମ କାହାଣୀ କିପରି ଏହି ଚଳଚ୍ଚିତ୍ରର କାହାଣୀର ଭାରସାମ୍ୟ ରକ୍ଷା କରିଛି, ତାହା ଏଥ‌ିରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ବିଜୟ କୁମାର ଦାସ । କାର୍ଯ୍ୟକାରୀ ନିର୍ଦ୍ଦେଶନା ଏବଂ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଜିତେନ୍ଦ୍ର ଜେନା l କାର୍ଯ୍ୟକାରୀ ପ୍ରଯୋଜକ ଶାନ୍ତି ସ୍ୱରୂପ ଶତପଥି, ଚିତ୍ରତ୍ତୋଳନ ନାରାୟଣ ଦୀକ୍ଷିତ, ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ ଏବଂ ଜୟା ବିଶ୍ୱାସ ଏବଂ ପ୍ରଚାର ପ୍ରସାର ଦାୟିତ୍ୱ ନେଇଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l
ନାୟକ ଭୂମିକାରେ ଅଭିଷେକ ଗିରି ଏବଂ ନାୟିକା ଭୂମିକାରେ ସୁପ୍ରିୟା ନାୟକ ଅଛନ୍ତି l ତାଙ୍କ ଯୋଡିକୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି l ତାଙ୍କ ସହିତ ଅନ୍ୟାନ୍ୟ ଭୂମିକାରେ ଉଷସୀ ମିଶ୍ର, ଜୀବନ ପଣ୍ଡା, ଧୀର ମଲ୍ଲିକ, ପୃଥ୍ଵୀରାଜ ନାୟକ, ପ୍ରିୟଙ୍କା ମହାପାତ୍ର, ପ୍ରଜ୍ଞା ଖଟୁଆ,
ଶଙ୍କର ପ୍ରଧାନ, ସନ୍ଧ୍ୟା ଦାସ, ନାଟ୍ୟକାର ବିଜୟ ଦାସ, ପ୍ରମୋଦ ରଥ, ସାରେଗାମା ଓ ଶିଶୁ
କଳାକାର ସାଇଶ୍ରଦ୍ଧା ପ୍ରମୁଖ ଅଭିନୟ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଫିଲ୍ମ ରେ ସମୁଦାୟ ୪ ଟି ଗୀତ ରହିଛି l କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଶଶାଙ୍କ, ସବିଶେଷ, କୁଲଦୀପ ଏବଂ ଅନନ୍ୟା କଣ୍ଠଦାନ କରିଛନ୍ତି l ଖୁବ ସୁନ୍ଦର କାହାଣୀ ଟି କୁ ଦର୍ଶକ ମନଭରି ଦେଖିଲା ପରେ ସୁପରହିଟ ବୋଲି ପ୍ରତିକ୍ରିୟା ରଖିଥିଲେ l

Comments are closed.