www.samajalive.in
Saturday, December 6, 2025
26.1 C
Bhubaneswar

ଖୋର୍ଦ୍ଧା ଜିଲାରେ ସକାଳ ୧୦.୩୦ରେ ସ୍କୁଲ ଛୁଟି

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଅଙ୍ଗନବାଡ଼ିରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଅର୍ଥାତ ଅଙ୍ଗନବାଡ଼ିରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।

ଖୋର୍ଦ୍ଧା ଜିଲାପାଳଙ୍କ ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା ଜିଲାର ସବୁ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏଁ ଚାଲିବ। ସରକାରୀ, ଘରୋଇ, ଅନୁଦାନପ୍ରାପ୍ତ ସ୍କୁଲ ସାଢ଼େ ୧୦ଟା ଯାଏଁ ଖୋଲା ରହିବ। ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି ପାଇଁ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଫଳରେ ଆସନ୍ତାକାଲିଠାରୁ ଖୋର୍ଦ୍ଧା ଜିଲାର ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ସ୍କୁଲ ଛୁଟି କରିଦିଆଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories