www.samajalive.in
Sunday, December 7, 2025
14.1 C
Bhubaneswar

ଏସିଆର ଷଷ୍ଠ ଉତ୍ତପ୍ତ ସହର ଭୁବନେଶ୍ବର

ଭୁବନେଶ୍ବର: ଆଜି ଭୁବନେଶ୍ବର ଏସିଆର ଷଷ୍ଠ ଉତ୍ତପ୍ତ ସହର ହୋଇଛି। ୧୦ ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନ ପାଇଛି ରାଜଧାନୀ ଭୁବନେଶ୍ବର। ୪୩.୫ ଡିଗ୍ରୀ ସହ ଏସିଆର ଷଷ୍ଠ ସ୍ଥାନରେ ଭୁବନେଶ୍ବର ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ୧୦ ଉତ୍ତପ୍ତ ସହର ତାଲିକାରେ ଭାରତର ୫ ସହର ରହିଥିବାବେଳେ ୪୫.୭ ଡିଗ୍ରୀ ସହ ମିଆଁମାର ଚାଉକ ସହର ସର୍ବାଧିକ ଉତ୍ତପ୍ତ ବୋଲି ସେ ପ୍ରକାଶ କରିଛନ୍ତି।

ଉପାନ୍ତରୁ ଉପକୂଳ ରାଜ୍ୟ ତମାମ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହର ରହିଥିଲା। ୪୩.୫ ସହ ରାଜଧାନୀ ଭୁବନେଶ୍ବର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ରାଜ୍ୟର ଅନ୍ୟତମ ଉତ୍ତପ୍ତ ସହର ଭାବେ ପାରଳାଖେମୁଣ୍ଡି ୪୨.୬, ତାଳଚେର ୪୨.୪, ମାଲକାନଗିରି ଓ ବୌଦ୍ଧ ୪୨.୨, ଅନୁଗୋଳ ୪୨.୧, ବଲାଙ୍ଗିର, ଟିଟିଲାଗଡ଼, ନୟାଗଡ଼ ୪୧, କଟକ ୪୦.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତାକାଲି ସୁଦ୍ଧା ରାଜ୍ୟର ୧୪ଟି ଜିଲାକୁ ହିଟୱେଭ ପାଇଁ ୟେଲୋ ସୂଚନା ଜାରି କରାଯାଇଛି।

- Advertisement -

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର : ୪୩.୨°C
ସମ୍ବଲପୁର: ୪୦.୮°C
ହୀରାକୁଦ: ୪୦.୬°C
ଚାନ୍ଦବାଲି: ୪୦.୬°C
ଝାରସୁଗୁଡା: ୪୦.୨°C
ରାଉରକେଲା: ୩୯.୬°C
କେନ୍ଦୁଝର: ୩୯°C
ବାଲେଶ୍ୱର: ୩୭.୮°C
ପୁରୀ: ୩୩°C
ଗୋପାଳପୁର: ୩୨.୨°C
ପାରାଦୀପ: ୩୨°C

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories