BJD Bijuli 480×75 Mob

ପୁରୀ ଅର୍ବାନ ବ୍ୟାଙ୍କ ନିର୍ବାଚନରେ ୧୯.୫୯% ମତଦାନ

BJD Bijuli 480×75 Mob

ପୁରୀ : ପୁରୀ ସମବାୟ ଅର୍ବାନ ବ୍ୟାଙ୍କ ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ସେଥିରେ ମାତ୍ର ୧୯.୫୯% ମତଦାନ ହୋଇଛି । ୩୬,୩୨୫ ସଭ୍ୟଙ୍କ ମଧ୍ୟରୁ ୬,୬୪୬ ସଭ୍ୟ ମତଦାନ କରିଛନ୍ତି । ବ୍ୟାଙ୍କ୍ ପରିଚାଳନା ପରିଷଦକୁ ୧୫ ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇଛି । ବିଳମ୍ବିତ ରାତିରେ ନିର୍ବାଚନ ଫଳ ଘୋଷଣା କରାଯାଇଛି । ୧ ନମ୍ୱର ଜୋନରୁ ଦେବରାଜ ସାହୁ, ୨ ନମ୍ୱର ଜୋନରୁ ବୃନ୍ଦାବନ ବେହେରା, ୩ ନମ୍ୱର ଜୋନରୁ ସତ୍ୟରଞ୍ଜନ ମହାନ୍ତି, ୪ ନମ୍ୱର ଜୋନରୁ ରବିନାରାୟଣ ଦାସ, ୫ ନମ୍ୱର ଜୋନରୁ ଗୁଣଧର ଦାସ ମହାପାତ୍ର, ୬ ନମ୍ୱର ଜୋନରୁ ଗୀତାଞ୍ଜଳି ପଣ୍ଡା, ୭ ନମ୍ୱର ଜୋନରୁ ମମତାରାଣୀ ସାହୁ, ୮ ନମ୍ୱର ଜୋନରୁ ଅନିଲ କୁମାର ସାହୁ, ୯ ନମ୍ୱର ଜୋନରୁ ଉମାକାନ୍ତ ନାୟକ, ୧୦ ନମ୍ୱର ଜୋନରୁ ରେଣୁବାଳା ପଣ୍ଡା, ୧୧ ନମ୍ୱର ଜୋନରୁ ପ୍ରତାପ ମହାନ୍ତି, ୧୨ ନମ୍ୱର ଜୋନରୁ ସରସ୍ଵତୀ ସାହୁ, ୧୩ ନମ୍ୱର ଜୋନରୁ ପ୍ରଧାନ ଧିରେନ୍ ରାୟ, ୧୪ ନମ୍ୱର ଜୋନରୁ ସରୋଜ କୁମାର ନାୟକ ଏବଂ ୧୫ ନମ୍ୱର ଜୋନରୁ ରଞ୍ଜନା ଦାସ ନିର୍ବାଚିତ ହୋଇଛନ୍ତି । ପିକେଡିଏ ସଚିବ ତଥା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲା ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପୋଲିସ ହାଇସ୍କୁଲରେ ମତଦାନ ହୋଇଥିଲା । ତେବେ ମତଦାନକୁ ନେଇ ବିଜେଡି ଏବଂ ବିଜେପି ସମର୍ଥିତ ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଚା ଲାଗି ରହିଥିଲା ।

Comments are closed.