www.samajalive.in
Sunday, December 7, 2025
16.1 C
Bhubaneswar

ଆଜି ଘୋଷଯାତ୍ରା

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ । ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ମଙ୍ଗଳବାର ବଡଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିବେ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଦେଖିବାକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ରଥ, ପଥ, ଭକ୍ତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ। ରଥଗୁଡ଼ିକୁ ଆକର୍ଷଣୀୟ ଫୁଲରେ ସଜ୍ଜିତ କରାଯାଇଛି । ଶ୍ରୀକ୍ଷେତ୍ରକୁ ଛୁଟିବାରେ ଲାଗିଛି ଭକ୍ତଙ୍କ ସୁଅ। ହରିବୋଲ, ହୁଳହୁଳି ଏବଂ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ସମଗ୍ର ପୁରୀ ସହର। ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ବହୁ ଗୁଣରେ ବୃଦ୍ଧି ପାଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୃଙ୍ଖଳିତ ଓ ସମୟାନୁବର୍ତ୍ତି ରଥଯାତ୍ରା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି। ମଙ୍ଗଳବାର ସକାଳ ଧୂପରେ ଖେଚୁଡ଼ି ଖାଇ ରଥ ଅଭିମୁଖେ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଶ୍ରୀମସ୍ତକରେ ମନମୁଗ୍ଧକର ଟାହିଆ ଲଗାଇ ସେବକ ଓ ଭକ୍ତଙ୍କ ମେଳରେ ଝୁଲି ଝୁଲି ରଥ ଉପରକୁ ପହଣ୍ଡି ବିଜେ କରିବେ ପରଂବ୍ରହ୍ମ।

                                                          କେତେବେଳେ କ’ଣ

- Advertisement -

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଦିନ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ ସୁଦ୍ଧା ଶେଷ ହେବ। ଏହାପରେ ଶ୍ରୀମଦନ ମୋହନ ଏବଂ ରାମକୃଷ୍ଣ ରଥ ଉପରେ ବିଜେ କରିବେ। ଚିତାଲାଗି କରାଯିବା ପରେ ଶ୍ରୀଜୀଉଙ୍କୁ ବେଶ କରାଯିବ। ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ଦିନ ୨ଟା ୩୦ରେ ତିନିରଥ ଉପରକୁ ଯାଇ ଛେରା ପହଁରା କରିବେ। ଏହାପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଓ ସାରଥୀ ଲଗାଯିବ। ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଠିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି। ସୁରକ୍ଷା ଦାୟିତ୍ୱରେ ୧୭୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ରଥଯାତ୍ରା ପରିଚାଳନାରେ ପୂର୍ବ ଅଭିଜ୍ଞତା ଥିବା ଦୁଇ ହଜାର ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ୱ ଦିଆଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର। ସହରର ବିଭିନ୍ନ ସ୍ଥାନରେ ଦୁଇଶହରୁ ଅଧିକ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି। ରାପିଡ ଆକ୍ସନ ଫୋର୍ସ, ଆତଙ୍କବାଦୀ ନିରୋଧ ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ସଜାଗ ହୋଇ ରହିଛନ୍ତି। ସୋମବାର ସକାଳୁ ପୁୁରୀ ସହର ଓ ବେଳାଭୂମି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ଦୁଇଟି ହେଲିକପ୍ଟର। ସେହିପରି ଜଳପଥକୁ ତଟରକ୍ଷୀ ବାହିନୀ ଜଗି ରହିଛନ୍ତି। ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୋମବାର ଶ୍ରୀଜୀଉଙ୍କ ସକାଳଧୂପ ଶେଷ ହେବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା। ଏହାପରେ ରଥଖଳାରୁ ରଥ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି। ମଙ୍ଗଳବାର ଘୋଷଯାତ୍ରା ଥିବାରୁ ଦଇତାପତିମାନେ ମହାପ୍ରଭୁଙ୍କୁ ପ୍ରସ୍ତୁତ କରୁଛନ୍ତି। ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଛି। ରାତିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବାହୁଟକଣ୍ଟ ଓ ସେନାପଟା ଲାଗି କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories