www.samajalive.in
Saturday, December 6, 2025
15.1 C
Bhubaneswar

ଅଣ ସେବାୟତ ରଥ ଉପରେ ଚଢ଼ିଲେ ଗିରଫ

ପୁରୀ : ଚଳିତ ମାସ ୨୭ରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହି ଘୋଷଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ସଂସ୍କାର ଓ କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଆଇନ୍ ମନ୍ତ୍ରୀ। ସେ କହିଛନ୍ତି ଅଣ ସେବାୟତମାନେ ରଥ ଉପରକୁ ଚଢିଲେ ଗିରଫ ହେବେ। ରଥରେ ସେବାୟତମାନେ ମୋବାଇଲ ବ୍ୟବହାର କରିପାରିବେନି। ଠାକୁରଙ୍କ ପହଣ୍ଡି ସମୟରେ କେଉଁ ସେବାୟତ ଉପସ୍ଥିତ ରହିବେ , ତାହାର ତାଲିକା ପ୍ରସ୍ତୁତ ହେବ। ଘଣ୍ଟୁଆ ସେବାୟତ ମାନଙ୍କର ମଧ୍ୟ ତାଲିକା କରାଯିବ। ନିଯୋଗ ଗୁଡିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ। ଛତିଶା ନିଯୋଗ ସହ ଆଲୋଚନାରେ ନିଷ୍ପତ୍ତି ହୋଇଛି। ଶନିବାର ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ କରାଯାଇ ଶୃଙ୍ଖଳିତ ଘୋଷଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶୃଙ୍ଖଳିତ ଘୋଷଯାତ୍ରା, ଠାକୁରଙ୍କ ନୀତିକାନ୍ତି ସୂଚାରୁରୂପେ ପାଳନ ନେଇ ଦଇତାପତି ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛି। ମହାପ୍ରଭୁଙ୍କ ପହଣ୍ଡି ନୀତିକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ରଥଯାତ୍ରା ପାଇଁ ପ୍ରସ୍ତୁତ ବ୍ୟବସ୍ଥାବଳୀକୁ ଠିକ୍ ଭାବେ ପାଳନ କରାଯିବ। ପହଣ୍ଡି ସମୟରେ କେବଳ ପ୍ରାଧିକୃତ ସେବାୟତ ରହିବେ। ପହଣ୍ଡି ଦଳ ପାଇଁ ପ୍ରତ୍ୟେକ ରଥରେ ଜଣେ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ। ରଥ ଉପରେ ଅଣ ସେବାୟତଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ। ନବଯୌବନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ପଡ଼ୁଥିବାରୁ ସମସ୍ତ ନୀତିକାନ୍ତି ସୂଚାରୁରୂପେ କରାଯିବ। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିବା ଘଟଣାରେ ଭିଡିଓ ଫୁଟେଜ ଯାଞ୍ଚ କରାଯାଉଛି। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories