www.samajalive.in
Monday, December 15, 2025
15.1 C
Bhubaneswar

ପୁରୀ ରଥଯାତ୍ରା ଲାଗି ଓଟିଡିସିର ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌

ଭୁବନେଶ୍ବର : ଚଳିତ ବର୍ଷ ରଥଯାତ୍ରାରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ପକ୍ଷରୁ ଭୁବନେଶ୍ବର, କଟକ ଓ ସମ୍ବଲପୁର କାର୍ଯ୍ୟାଳୟ ମାଧ୍ୟମରେ ଯାତ୍ରୀମାନେ ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ର ସୁବିଧା ନେଇପାରିବେ ବୋଲି ନିଗମ ପକ୍ଷରୁ ଘୋଷଣା କରାଯାଇଛି। ପର୍ଯ୍ୟଟକମାନେ ଅନ୍‌ଲାଇନ ଜରିଆରେ ରଥଯାତ୍ରା ଦର୍ଶନ ଲାଗି ଟିକେଟ ବୁକିଂ କରି ପାରିବେ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଓଟିଡିସି ପକ୍ଷରୁ ୧୨୦ଜଣ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସହ ଯାତ୍ରା ଓ ଦର୍ଶନର ବ୍ୟବସ୍ଥା କରାଯାଇଛି। ଏହି ଯାତ୍ରା ପାଇଁ ସ୍ବତନ୍ତ୍ର ଦେୟ ଧାର୍ଯ୍ୟ କରାଯାଇଛି। କଟକରୁ ବୁକିଂ କରିଥିବା ଯାତ୍ରୀ ଭୁବନେଶ୍ବର ପାନ୍ଥନିବାସରେ ଭୋର ସାଢ଼େ ୫ଟା ପୂର୍ବରୁ ନିଜ ଖର୍ଚ୍ଚରେ ପହଞ୍ଚିବା ପରେ ସେଠାରୁ ପୁରୀକୁ ଯାତ୍ରା କରିବେ। ଗୋଟିଏ ଦିନର ଯାତ୍ରା ପାଇଁ ୪୩୩୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ସମ୍ବଲପୁରରୁ ଆସୁଥିବା ପର୍ଯ୍ୟଟକ ଭୁବନେଶ୍ବର ପାନ୍ଥନିବାସ ଦେଇ ପୁରୀ ଯାତ୍ରା କରିବେ। ଏଥିପାଇଁ ୨ ରାତି ଓ ଗୋଟିଏ ଦିନର ଯାତ୍ରା ପାଇଁ ୫ହଜାର ୫ଶହ ୬୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସମସ୍ତ ପର୍ଯ୍ୟଟକ ପୁରୀ ଗ୍ରାଣ୍ଡ ସେଣ୍ଟ୍ରାଲ ହୋଟେଲର ଛାତ ଉପରେ ବସି ରଥଯାତ୍ରା ଦର୍ଶନ କରିବେ। ହୋଟେଲ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ବ୍ୟବସ୍ଥା ହୋଇଛି। ସମ୍ବଲପୁର ଓଟିଡିସି ପର୍ଯ୍ୟଟକ ଜୁଲାଇ ୩ ତାରିଖ ରାତି ୮ଟା ସୁଦ୍ଧା ସେଠାରୁ ବାହାରି ୪ ତାରିଖ ସକାଳୁ ଭୁବନେଶ୍ବର ପାନ୍ଥନିବାସରେ ପହଞ୍ଚିବେ। ସେଠାରୁ ପୁରୀ ଯାତ୍ରା ପାଇଁ ବାହାରିବେ। ସେହିଦିନ ରଥଯାତ୍ରା ଦର୍ଶନ କରି ସନ୍ଧ୍ୟାରେ ଭୁବନେଶ୍ବର ପାନ୍ଥନିବାସ ଫେରିବେ। ସମ୍ବଲପୁରରୁ ଆସିଥିବା ପର୍ଯ୍ୟଟକ ଭୁବନେଶ୍ବର ପାନ୍ଥନିବାସରେ ରାତ୍ରି ଭୋଜନ କରି ସମ୍ବଲପୁର ଯାତ୍ରା କରିବେ ବୋଲି ପର୍ଯ୍ୟଟନ ଉନ୍ନୟନ ନିଗମର ମାର୍କେଟିଂ ମ୍ୟାନେଜର ଆଲୋକ ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories