www.samajalive.in
Sunday, December 7, 2025
14.1 C
Bhubaneswar

ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ; ମହାପ୍ରଭୁଙ୍କୁ ଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ

ପୁରୀ : ଆଜି ନବ ନିଯୁକ୍ତ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦାୟିତ୍ୱ ନେବା ପରେ ପତ୍ନୀଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଡିଜିପି ବଂଶଲ। ଇଚ୍ଛା ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆଜି ପୂରା ହୋଇଛି। ରାଜ୍ୟବାସୀଙ୍କ ସୁଖ,ସମୃଦ୍ଧି ମହାପ୍ରଭୁଙ୍କ ନିକଟରେ କାମନା କରିଛି ବୋଲି ଶ୍ରୀଜିଉଙ୍କୁ ଦର୍ଶନ ପରେ ନିଜ ପ୍ରତିକ୍ରିୟାରେ ଡିଜିପି କହିଛନ୍ତି। ନିଶା କାରବାର ରୋକିବାକୁ ସ୍ୱତନ୍ତ୍ର ସେଲ୍‍ ଗଠନ ହୋଇଛି। ଅପରାଧ ନିୟନ୍ତ୍ରଣ ପାଇଁ ପ୍ରଯୁକ୍ତିର ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ଗତ ୩୧ ତାରିଖରେ ସେ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ସେହିପରି ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। ନୂଆବର୍ଷ ଓ ଉତ୍ସବ ସମୟରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗହଳି ଆଶଙ୍କାରେ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ଥିଲା। ୨ ତାରିଖ ରବିବାର ହୋଇଥିବାରୁ ସାନିଟାଇଜ ପାଇଁ ବନ୍ଦ ଥିବା ବେଳେ ଆଜି ଠାରୁ ଖୋଲିବା ପରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ମଧ୍ୟ ପର୍ଯ୍ୟଟକ ମଜା କରୁଛନ୍ତି।

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories