www.samajalive.in
Sunday, December 14, 2025
19.1 C
Bhubaneswar

ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣା -ଝାରସୁଗୁଡାର ୫୦୦ ଅଙ୍ଗନୱାଡି କେନ୍ଦ୍ରକୁ “ନନ୍ଦଘର’ ରେ ପରିଣତ କରାଯିବ

ଝାରସୁଗୁଡା : ଶିଶୁ ଦିବସ ଅବସରରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ (ଡିଏସଡବ୍ଲୁଓ) ସହିତ ଝାରସୁଗୁଡାର ୫୦୦ ଅଙ୍ଗନୱାଡି କେନ୍ଦ୍ରକୁ ଅତ୍ୟାଧୁନିକ ନନ୍ଦଘରରେ ପରିଣତ କରିବାକୁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି, ଯାହାକି ଅତ୍ୟାଧୁନିକ ଅଙ୍ଗନୱାଡି ଭାବେ ମହିଳା ଏବଂ ଶିଶୁ ବିକାଶର କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀମତି ଅବୋଲି ନରଭାନେଙ୍କ ସମେତ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ଡିଏସଡବ୍ଲୁଓ ପୁଣ୍ୟବତୀ ହେଲେନ ଜେସ୍‌, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଗାର୍ଟିଆ ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତି ଥିଲେ ।

ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି, ବେଦାନ୍ତରେ, ଆମେ ସେବା କରୁଥିବା ସମ୍ପ୍ରଦାୟରେ ସ୍ଥାୟୀ ବିକାଶ ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ଗଭୀର ଭାବେ ପ୍ରତିବଦ୍ଧ । ନନ୍ଦଘର ପଦକ୍ଷେପ ମାଧ୍ୟମରେ, ଆମେ ଆମର ଯୁବପିଢି ଏବଂ ମହିଳାମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆବଶ୍ୟକ ଉପକରଣ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛୁ । ଜିଲ୍ଲାପାଳ ଶ୍ରୀମତି ଅବୋଲି ନରଭାନେ କହିଛନ୍ତି, ଝାରସୁଗୁଡାର ଅଙ୍ଗନୱାଡି କେନ୍ଦ୍ରରେ ପରିବର୍ତନ ଆଣିବା ପାଇଁ ବେଦାନ୍ତର ସମର୍ଥନକୁ ଆମେ ସ୍ୱାଗତ କରୁଛୁ । ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି, ଏହି ସହଭାଗୀତା ତୃଣମୂଳ ସ୍ତରରେ ସମ୍ପ୍ରଦାୟର ସମ୍ବଳ ବଢାଇବା ପାଇଁ ଏକ ସହଭାଗୀ ଦର୍ଶନକୁ ପ୍ରତିଫଳିତ କରିଛିୟ ।

- Advertisement -

ଆୟୋଜିତ ହୋଇଥିବା ଏମଓୟୁ ସ୍ୱାକ୍ଷର ଶିଶୁ ଦିବସ କାର୍ଯ୍ୟକ୍ରମ ଡୁକାନ୍‌ ଜାତ୍ରରେ ୬୦ ଟି ବିଦ୍ୟାଳୟର ଛାତ୍ର, ସମ୍ପ୍ରଦାୟର ସଦସ୍ୟ ଏବଂ ବେଦାନ୍ତ ଆଲୁମିନିୟମ୍‌ କର୍ମଚାରୀ ସ୍ୱେଚ୍ଛାସେବୀଙ୍କ ସମେତ ୩୫୦୦ ରୁ ଅଧିକ ଅଂଶଗ୍ରହଣକାରୀ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ୬୦ରୁ ଅଧିକ ଷ୍ଟଲରେ ହସ୍ତତନ୍ତ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ, ସୃଜନଶୀଳତା ଏବଂ ଉଦ୍ୟୋଗୀ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ସ୍ୱୟଂ ଉତ୍ପାଦିତ ଦ୍ରବ୍ୟ ପ୍ରଦର୍ଶିତ କରାଯାଇଥିଲା ।

୨୦୧୫ ରେ ଆରମ୍ଭ ହୋଇଥିବା ନନ୍ଦଘର ୬ ବର୍ଷରୁ କମ୍‌ ପିଲାମାନଙ୍କୁ ପ୍ରି-ସ୍କୁଲ୍‌ ପ୍ରସ୍ତୁତି, ପୁଷ୍ଟିକର ଖାଦ୍ୟ ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଘରୋଇ ଖାଦ୍ୟ ଯୋଗାଇବା, ଏଏନଏମ କର୍ମ·ରୀ (ସହାୟକ ନର୍ସ /ଧାତ୍ରୀ) ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ସେବା ପ୍ରଦାନ କରିବା ଏବଂ ମହିଳାମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ବିକାଶ କରିଥାଏ । ବର୍ତମାନ ଝାରସୁଗୁଡାରେ ୧୭୫ ନନ୍ଦଘର କାର୍ଯ୍ୟକ୍ଷମ, ୧୨୭ ଟି ଗ୍ରାମରେ ୭,୦୦୦ ରୁ ଅଧିକ ପିଲାଙ୍କୁ ଉପକୃତ କରୁଛି । ଝାରସୁଗୁଡା ଏବଂ ନିକଟବର୍ତୀ ଅଞ୍ଚଳର ପ୍ରାୟ ୮୦ ଟି ଗ୍ରାମରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରୁଛି । ଗୋଟିଏ ବର୍ଷ ଏହା ୩୫୦ ରୁ ଅଧିକ ଏସଏଚଜିରୁ ପ୍ରାୟ ୫୦୦୦ ମହିଳାଙ୍କୁ ସଶକ୍ତ କରିଛି, ବାର୍ଷିକ ପ୍ରାୟ ୫୦,୦୦୦ ଲୋକଙ୍କୁ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇଥାଏ, ୧୩,୦୦୦ ରୁ ଅଧିକ ଛାତ୍ରଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ କରିଥାଏ, ସମ୍ପ୍ରଦାୟ ସ୍ତରରେ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ପ୍ରାୟ ୧.୫୦ ଲକ୍ଷ ବୃକ୍ଷ ରୋପଣ କରାଯାଇଛି ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories