www.samajalive.in
Sunday, December 7, 2025
14.1 C
Bhubaneswar

ୟୁନୁସ୍‌ ସରକାରଙ୍କ ୧୦୦ ଦିନ ପୂର୍ତ୍ତି; ହସିନାଙ୍କ ପ୍ରତ୍ୟର୍ପଣ ଦାବି କରିବ ବାଂଲାଦେଶ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ନେଇ ଭାରତ ସରକାରଙ୍କ ନିକଟରେ ବିଧିବଦ୍ଧ ଆବେଦନ କରିବାକୁ ଦେଶର ଅନ୍ତରୀଣ ସରକାର ଯୋଜନା କରିଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ଶେଖ ୟୁନୁସ୍ ସରକାରଙ୍କ ଏହି ଯୋଜନା ସମ୍ପର୍କରେ କହିଛନ୍ତି। ଅନ୍ତରୀଣ ସରକାରକୁ ୧୦୦ ଦିନ ପୂରଣ ଅବସରରେ ରବିବାର ​ଦେଶବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ସମ୍ବୋଧନ କାଳରେ ୟୁନୁସ୍ ଏହା କହିଛନ୍ତି। ସେ କହିଛନ୍ତି ଯେ ଜୁଲାଇ-ଅଗଷ୍ଟ ମାସରେ ବାଂଲାଦେଶ ହିଂସାରେ ପୀଡିତ ପ୍ରତିଟି ପରିବାରକୁ ତାଙ୍କ ସରକାର ନ୍ୟାୟ ପ୍ରଦାନ କରିବ। ପୀଡିତଙ୍କୁ ନ୍ୟାୟ ପ୍ରଦାନ ଲାଗି ଭାରତରେ ଆତ୍ମଗୋପନ କରିଥିବା ପୂର୍ବତନ ସରକାରର ମୁଖ୍ୟ ହସିନାଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଯୋଜନା କରାଯାଉଛି। ବାଂଲାଦେଶ ହିଂସା ପାଇଁ ଦାୟୀ ହସିନାଙ୍କ ବିରୋଧରେ ଆବଶ୍ୟକ ନ୍ୟାୟିକ ବିଚାର କରାଯାଇ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସପ୍ତାହେ ପୂର୍ବରୁ ବାଂଲାଦେଶ ସରକାର କହିଥିଲେ ହସିନାଙ୍କୁ ପ୍ରତ୍ୟର୍ପଣ ଲାଗି ଇଣ୍ଟରପୋଲର ସହାୟତା ଲୋଡାଯିବ। ଜୁଲାଇ-ଅଗଷ୍ଟରେ ଦେଶରେ ହୋଇଥିବା ହିଂସାରେ ପ୍ରାୟ ୮୦୦ ଲୋକ ପ୍ରାଣ ହରାଇଥିଲେ। ଏହି ହିଂସାକୁ ନେଇ ଶେଖ ହସିନା ଓ ତାଙ୍କ ଦଳର ନେତାଙ୍କ ବିରୋଧରେ ୬୦ରୁ ଅଧିକ ମାମଲା ରୁଜୁ କରାଯାଇଛି। ହସିନାଙ୍କ ବିତାଡନ ପରେ ଦେଶ ଶାସନ ପାଇଁ ୟୁନୁସ୍‌ଙ୍କ ନେତୃତ୍ବରେ ଅନ୍ତରୀଣ ସରକାର ଗଠନ ହୋଇଛି। ଅନ୍ତରୀଣ ସରକାର ୧୦୦ ଦିନ ମଧ୍ୟରେ ଦେଶରେ ନିର୍ବାଚନ କରିବାକୁ ଘୋଷଣା କରିଥିଲା। ମାତ୍ର ଏହି ସରକାରକୁ ୧୦୦ଦିନ ପୂରଣ ହୋଇଥିବା ବେଳେ ଦେଶରେ ନିର୍ବାଚନ କରାଇବା ନେଇ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories