www.samajalive.in
Sunday, December 7, 2025
23.1 C
Bhubaneswar

ଅତି ସଂଗିନ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ ଅତି ସଂଗିନ (ସିଭିୟର ପ୍ଲସ) ସ୍ତରକୁ ଖସିଆସିଛି। ରବିବାର ସକାଳ ୭ରେ ଦିଲ୍ଲୀର ୨୪ ଘଣ୍ଟିଆ ହାରହାରି ବାୟୁ ମାନକ ସୂଚୀ (ଏକ୍ୟୁଆଇ) ୪୫୭ ରହିଥିବା ରେକର୍ଡ କରାଯାଇଛି। ଏକ୍ୟୁଆଇ ୪୫୦ ଉପରେ ରହିଲେ ଏହାକୁ ଅତି ସଂଗିନ ବୋଲି ବିବେଚନା କରାଯାଇଥାଏ। ଚଳିତ ଋତୁରେ ଦ୍ବିତୀୟ ଥର ପାଇଁ ଦିଲ୍ଲୀର ଏକ୍ୟୁଆଇ ୪୫୦ ଅତିକ୍ରମ କରିଥିବା ଜଣାଯାଇଛି। ଗତ ବୁଧବାର (ନଭେମ୍ବର ୧୩) ଠାରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ସଂଗିନ ରହିଆସୁଛି। ତେବେ ରବିବାର ଏହି ପରିସ୍ଥିତି ଆହୁରି ଜଟିଳ ହୋଇଛି। ଦିଲ୍ଲୀର ବାୱାନାରେ ଏକ୍ୟୁଆଇ ସବୁଠାରୁ ଅଧିକ (୪୯୦) ରହିଥିବାବେଳେ ଅଶୋକ ବିହାରରେ (୪୮୭) ଓ ୱାଜିରପୁରରେ (୪୮୩) ରହିଥିଲା। ଯାହା ସୂଚିତ କରୁଛି ଯେ ଦିଲ୍ଲୀର ଏହିସବୁ ଅଞ୍ଚଳର ସବୁଠାରୁ ପ୍ରଦୂଷିତ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର କହିବା ଅନୁଯାୟୀ ରବିବାର ରାତି ଓ ସୋମବାର ସକାଳେ ଦିଲ୍ଲୀରେ ଘନ କୁହୁଡି ଦେଖାଯିବ। ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ବାୟୁ ମାନ ପରିଚାଳନା କମିସନ (ସିଏକ୍ୟୁଏମ୍) ସୋମବାର ସକାଳ ୮ଟା ଠାରୁ ଗ୍ରାପ୍‌ ୪ ଲାଗୁ କରିଛନ୍ତି। ଗ୍ରାପ୍‌-୪ କଟକଣା ଅନୁଯାୟୀ ଦିଲ୍ଲୀ ସହର ମଧ୍ୟରେ କୌଣସି ଟ୍ରକ୍ ଚଳାଚଳ କରିପାରିବ ନାହିଁ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକାରୀ ଟ୍ରକ ସହର ମଧ୍ୟକୁ ପ୍ରବେଶ କରିପାରିବ। ଏହା ସହିତ ବିଏସ୍‌-୪ ଡିଜେଲ ଚାଳିତ, ବିଏସ୍‌-୩ ପେଟ୍ରୋଲ ଚାଳିତ ହାଲୁକା ଯାନ ଚଳାଚଳକୁ ମଧ୍ୟ ନିଷିଦ୍ଧ କରାଯାଇଛି। ସିଏକ୍ୟୁଏମ୍‌ ଦିଲ୍ଲୀରେ ଯୁଗ୍ମ ଓ ଅଯୁଗ୍ମ ନମ୍ବର ଆଧାରରେ ଗାଡି ଚଳାଚଳ କଟକଣା ଲାଗୁ କରିବା ଲାଗି ଦିଲ୍ଲୀ ସରକାରଙ୍କୁ ସୁପାରିସ କରିଛି। ଏହା ସହିତ ଉଚ୍ଚ ପ୍ରାଥମିକ ୬ଷ୍ଠ ଓ ୭ମ ଶ୍ରେଣୀ ବିଦ୍ୟାଳୟଗୁଡିକୁ ବନ୍ଦ କରିବା ଲାଗି ସୁପାରିସ କରାଯାଇଛି। ସେହିପରି ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ କାର‌୍ୟ୍ୟାଳୟଗୁଡିକରେ ୫୦ଧ କର୍ମଚାରୀଙ୍କୁ ୱାର୍କଫ୍ରମ୍ ହୋମ୍‌ରେ ରଖିବାକୁ ସୁପାରିସ କରାଯାଇଛି। କଟକଣା ଅନୁଯାୟୀ ଦିଲ୍ଲୀ ସହରରେ କୌଣସି ପ୍ରକାର ନିର୍ମାଣ ଓ କୋଠାବାଡି ଭଙ୍ଗାରୁଜା କାର‌୍ୟ୍ୟ କରାଯାଇପାରିବ ନାହିଁ। ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ପୂର୍ବରୁ ବନ୍ଦ କରିଦିଆଯାଇଛି। ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ପାଠ ପଢା ଯାଉଛି। ଯାନବାହନ ଚଳାଚଳ କଟକଣାକୁ ନେଇ ଦିଲ୍ଲୀ ମେଟ୍ରୋ ଅତିରିକ୍ତ ୬୦ଥର ଚଳାଚଳ କରୁଛି। ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ନେଇ ସିଏକ୍ୟୁଏମ୍ ଦିଲ୍ଲୀ ଶିଶୁ ଓ ବୟସ୍କ ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନତା ଜାରି କରିଛନ୍ତି। ବୟସ୍କ ଓ ଶିଶୁମାନଙ୍କୁ ଯଥା ସମ୍ଭବ ଘରୁ ନ ବାହାରିବାକୁ କୁହାଯାଇଛି। ସିଏକ୍ୟୁଏମ୍‌ର ସୁପାରିସ ଆଧାରରେ ଦିଲ୍ଲୀ ସରକାର ଜାତୀୟ ରାଜଧାନୀ ଅଞ୍ଚଳରେ ସମସ୍ତ ପ୍ରାଥମିକ ସହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ପାଠ ପଢା ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି। ସରକାରଙ୍କ ନିର୍ଦେଶ ଅନୁଯାୟୀ ସୋମବାର ଠାରୁ ୯ମ ପର‌୍ୟ୍ୟନ୍ତ ପ୍ରତ୍ୟକ୍ଷ ଶ୍ରେଣୀ ପାଠ ପଢା ବନ୍ଦ ରହିବ। ଏହି ଶ୍ରେଣୀଗୁଡିକରେ ଅନଲାଇନ ପଠାପଢା ହେବ। ସେହିପରି ରାଜ୍ୟ ସରକାର ଓ ଘରୋଇ କାର‌୍ୟ୍ୟାଳୟଗୁଡିକୁ ୫୦ଧ କର୍ମଚାରୀରେ କାମ କରିବାକୁ ଦିଲ୍ଲୀ ସରକାର ନିବେଦନ କରିଛନ୍ତି। ଦିଲ୍ଲୀର କେନ୍ଦ୍ର ସରକାରୀ କାର‌୍ୟ୍ୟାଳୟଗୁଡିକରେ ୫୦ଧ କର୍ମଚାରୀରେ କାମ କରିବା ସମ୍ପର୍କରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। କାର‌୍ୟ୍ୟାଳୟ ଆସୁ ନଥିବା ଅବଶିଷ୍ଟ ୫୦ଧ କର୍ମଚାରୀ ୱାର୍କ ଫ୍ରମ ହୋମରେ ରହିବେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories