www.samajalive.in
Saturday, December 6, 2025
26.1 C
Bhubaneswar

ଶୀତରେ ଥରୁଛି କନ୍ଧମାଳ: ଜି.ଉଦୟଗିରିରେ ପାରଦ ୭ ଡିଗ୍ରୀ

ଫୁଲବାଣୀ/ଭୁବନେଶ୍ବର : ବିଳମ୍ବରେ ହେଲେ ମଧ୍ୟ ଚଳିତ ବର୍ଷ କନ୍ଧମାଳ ଜିଲାରେ ଶୀତ ପ୍ରକୋପ ଆରମ୍ଭ ହୋଇଛି। ରବିବାର ରାତିରେ କନ୍ଧମାଳରେ ସକାଳୁ କୋହଲା ପାଗ ସାଙ୍ଗକୁ କୁହୁଡି ଅନୁଭୁତ ହେଉଛି। ରବିବାର କନ୍ଧମାଳ ଜିଲା ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ରହିଥିଲା। ସେହିଭଳି ଫୁଲବାଣୀ ସହରରେ ୧୧ ଡିଗ୍ରୀ ଓ ଦାରିଙ୍ଗବାଡିରେ ୧୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଘୁ.ଉଦୟଗିରି ସ୍ଥାନିତ ହୋଇ ଥଣ୍ଡା ସହର ପାଇଁ ଚର୍ଚ୍ଚାରେ ରହିଛି। ୩ ଦିନ ପୂର୍ବରୁ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ର ୧୭ ଡିଗ୍ରୀ ଥିଲା। ରବିବାର ହଠାତ୍‌ ତାହା ୭.୦୮ ଡିଗ୍ରୀକୁ ଖସି ଆସିଛି। ଫଳରେ ଜିଲାରେ ଶୀତ ପ୍ରକୋପ ହଠାତ୍ ବଢିଛି। ରବିବାର ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ରହିଥିଲା। ପ୍ରବଳ ଥଣ୍ଡାରେ ସାରା ଅଂଚଳ ଥରୁଛି। ଘୁ.ଉଦୟଗିରି ସହରର ତାପମାତ୍ରା ଆଜି ୭.୦୮ ଡିଗ୍ରୀ ଥିବାବେଳେ ଆଭ୍ୟନ୍ତରୀଣ ପାହାଡ଼ ପର୍ବତ ଘେରା ଗ୍ରାମାଞ୍ଚଳରେ ତାପମାତ୍ରା ଆହୁରି କମ୍‌ ରହିଛି। ସକାଳ ୯ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହେଉଥିବା ବେଳେ ରାତି ୮ଟା ପରେ ବଜାର ଗହଳି କମିଯାଉଛି। ରାତି ବଢିଲେ କୁହୁଡି ଆରମ୍ଭ ହେବା ସହ ଶୀତ ବଢୁଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଏବଂ ହଠାତ ୧୦ଡିଗ୍ରୀ ତଳକୁ ତାପମାତ୍ରା ଖସିବା ଯୋଗୁଁ ହଠାତ୍‌ ପ୍ରବଳ ଥଣ୍ଡା ପଡିବା ଆରମ୍ଭ ହୋଇଛି। ୨୦୦ମିଟର ପର୍ଯ୍ୟନ୍ତ ଥିବାରୁ ଗାଡ଼ିମୋଟର ଚଳାଚଳରେ ସମସ୍ୟା ଦେଖାଦେଇଥିଲା। ସେହିଭଳି ରାଜ୍ୟର ୩୪ଟି ସ୍ଥାନରେ ରାତି ତାପମାତ୍ରା ୨୦ଡିଗ୍ରୀ ତଳକୁ ଖସିଛି। ଏହିସବୁ ସ୍ଥାନଗୁଡ଼ିକରେ ଶୀତ ପଡ଼ିଛି। ଭବାନୀପାଟଣାରେ ରାତି ତାପମାତ୍ରା ୧୩ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଭଦ୍ରକ ୧୪, ତାଳଚେର ୧୭.୪, ଝାରସୁଗୁଡ଼ା ୧୩.୩, ରାଉରକେଲା ୧୩.୧, ସୁନ୍ଦରଗଡ଼ ୧୪, ଭୁବନେଶ୍ବର ୧୬ ଏବଂ କଟକରେ ୧୬.୫ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୩ଦିନ ମଧ୍ୟରେ ରାଜ୍ୟର ଜିଲାଗୁଡିକରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଜିଲାଗୁଡିକରେ ସର୍ବନିମ୍ନ ତାପମାତ୍ରା କମିବା ଦ୍ବାରା ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିପାରେ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories