www.samajalive.in
Monday, December 8, 2025
14.1 C
Bhubaneswar

ପର୍ଥ ଟେଷ୍ଟରୁ ଗିଲ୍‌ ବାଦ୍‌, ପାଡ଼ିକଲ ସାମିଲ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଚଳିତ ନଭେମ୍ବର ୨୨ରୁ ଆରମ୍ଭ ହେଉଛି। ତୀବ୍ର ଆହ୍ବାନପୂର୍ଣ୍ଣ ଉକ୍ତ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାକୁ ଆଉ ୫ ଦିନ ବାକି ଅଛି। ସମୟ ଯେତିକି ପାଖେଇ ଆସୁଛି ଭାରତୀୟ ଦଳର ଖେଳାଳିଙ୍କ ଆହତ ସମସ୍ୟା ସେତିକି ବଢିବାରେ ଲାଗିଛି। ଉକ୍ତ ଟେଷ୍ଟ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତକୁ ବଡ୍‌ ଝଟକା ଲାଗିଛି। ଭାରତୀୟ ବ୍ୟାଟ୍‌ସମ୍ୟାନ ଶୁବମାନ ଗିଲ୍‌ ଆହତ ହୋଇଛନ୍ତି। ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ପର୍ଥ ଟେଷ୍ଟରେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ପର୍ଥ ଟେଷ୍ଟ ଲାଗି ଦେବଦତ୍ତ ପାଡ଼ିକଲଙ୍କୁ ସାମିଲ କରାଯାଇଛି।
ଶନିବାର ଇଣ୍ଟ୍ରାସ୍କ୍ବାର୍ଡ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଗିଲ୍‌ଙ୍କ ବାମହାତ ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହା ପରେ ସେ ପଡିଆ ଛାଡିଥିଲେ। ଏକ୍ସରେ ପରେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି।ସେ ଦୁଇ ସପ୍ତାହ ପର‌୍ୟ୍ୟନ୍ତ ଖେଳିପାରିବେ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଫଳରେ ୨୨ରୁ ପର୍ଥରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଖେଳିପାରିବେ ନାହିଁ। ଡିସେମ୍ବର ୬ରୁ ଆଡିଲେଡ୍‌ରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ବେଳକୁ ସୁସ୍ଥ ହୋଇ ଯାଇଥିବା ଆଶା କରାଯାଉଛି। ପୂର୍ବରୁ ଅଭ୍ୟାସ ସମୟରେ ବ୍ୟାଟ୍‌ସମ୍ୟାନ ଲୋକେଶ ରାହୁଲ ମଧ୍ୟ ଆହତ ହୋଇଥିଲେ। ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍‌ ରାହୁଲଙ୍କ କହୁଣୀରେ ବାଜିଥିଲା। ତାଙ୍କ ଆଘାତ ଗୁରୁତର ନୁହେଁ ବୋଲି ବିସିସିଆଇ ପକ୍ଷରୁ କୁହା ଯାଇଥିଲା। ବିସିସିଆଇ ପକ୍ଷରୁ ଗିଲଙ୍କ ସ୍ଥାନରେ ପାଡ଼ିକଲଙ୍କୁ ସାମିଲ କରାଯାଇଛି। ପାଡ଼ିକଲ ଏବେ ଅଷ୍ଟ୍ରେଲିଆରେ ରହିଛନ୍ତି। ଭାରତୀୟ-ଏ ଦଳ ସହିତ ଅନୈପଚାରିକ ଟେଷ୍ଟ ଖେଳିବା ଲାଗି ପାଡ଼ିକଲ ଅଷ୍ଟ୍ରେଲିଆରେ ରହିଛନ୍ତି। ଭାରତୀୟ ଦଳ ସହିତ ଯୋଗଦେବାକୁ ପାଡ଼ିକଲକୁ ବିସିସିଆଇ ପକ୍ଷରୁ କୁହାଯାଇଛି। ପର୍ଥ ଟେଷ୍ଟରେ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଯଶପ୍ରୀତ ବୁମ୍‌ରା ଅଧିନାୟକ ଦାୟିତ୍ବ ତୁଲାଇବେ। ଏବେ ଗିଲ୍‌ ପର୍ଥ ଟେଷ୍ଟରୁୁ ବାଦ୍‌ ପଡ଼ିବା ଭାରତୀୟ ଦଳର ଚିନ୍ତାକୁ ବଢାଇ ଦେଇଛି। ପର୍ଥ ଟେଷ୍ଟ ଚଳିତ ନଭେମ୍ବର ୨୨ରୁ ଆରମ୍ଭ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories