କମଳା ହାରିସଙ୍କ ପ୍ରଚାର ଖର୍ଚ୍ଚ ୧୨ ନିୟୁତ ଡଲାର

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବଦ୍ବିତା କରିଥିବା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଳା ହାରିସ ପ୍ରଚାର ଅଭିଯାନରେ ୧୨ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୦୧ କୋଟି ଟଙ୍କା) ଖର୍ଚ୍ଚ କରିଥିବା ଜଣାପଡିଛି। ଅକ୍ଟୋବର ୧ରୁ ୧୭ ମଧ୍ୟରେ ହାରିସ ଘରୋଇ ଜେଟ୍‌ ବିମାନରେ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିବାବେଳେ ଏ ବାବଦରେ ୨.୨ ନିୟୁତ ଡଲାର ଖର୍ଚ୍ଚ କରିଥିବା ଫେଡେରାଲ ଇଲେକ୍‌ସନ କମିସନ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ପ୍ରଚାର ସମୟରେ ଆଇସକ୍ରିମ ବାବଦକୁ ୨୪ ହଜାର ଡଲାର, ହୋଟେଲ ରହଣୀ ବାବଦରେ ୬୨,୭୭୨ ଡଲାର ଖର୍ଚ୍ଚ କରିଛନ୍ତି। ଏହାବ୍ୟତୀତ ନିର୍ବାଚନ ରଣନୀତି ଧାର‌୍ୟ୍ୟ କରୁଥିବା ଏକାଧିକ ସଂସ୍ଥାକୁ ସେ ୫.୬ ନିୟୁତ ଡଲାର ପୈଠ କରିଥିବା ଜଣାପଡିଛି।

Comments are closed.