www.samajalive.in
Sunday, December 7, 2025
23.1 C
Bhubaneswar

ଆଜି ଠାରୁ ସେବାୟତଙ୍କ ପରିବାରଙ୍କ ଶ୍ରୀଜିଉଙ୍କ ଦର୍ଶନ

ପୁରୀ : କରୋନା ୨ୟ ତରଙ୍ଗ ବୃଦ୍ଧି ପରେ ସମସ୍ତ ଧାର୍ମିକ ଅନୁଷ୍ଠାନ ସହ ପୁରୀ ଶ୍ରୀମନ୍ଦିର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଥିଲା । ଦୀର୍ଘଦିନର ଅପେକ୍ଷା ପରେ ଆଜି ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନର ସୁଯୋଗ ମିଳିଛି । ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିବେ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ । ମନ୍ଦିରରେ ପ୍ରବେଶ ପୂର୍ବରୁ ସେମାନେ ସ୍ୱାସ୍ଥ୍ୟକାର୍ଡ ଓ ଆଧାରକାର୍ଡ ଦେଖାଇବେ । ସେବାୟତଙ୍କ ସାଥିରେ ଅନ୍ୟ କୌଣସି ଲୋକଙ୍କୁ ଯିବା ପାଇଁ ଅନୁମତି ନାହିଁ । ସମସ୍ତ ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ ।
ଆସନ୍ତା ୧୬ ରୁ ୨୦ ଯାଏଁ ପୌରାଞ୍ଚଳର ଲୋଙ୍କମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ । ଏହାସହ ଆସନ୍ତା ୨୩ ତାରିଖରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିବ । ଶ୍ରଦ୍ଧାଳୁ ୨ ପାନ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଫଟୋ ପରିଚୟ ମଧ୍ୟ ଦେଖାଇବେ । ସଭିଏଁ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାର ଦେଇ ବାହାରିବେ । ଏହାସହ ପ୍ରମୁଖ ପର୍ବପର୍ବାଣିରେ ଶ୍ରୀମନ୍ଦିର ବନ୍ଦ ରହିବ । ସମସ୍ତ ଭକ୍ତ ତୁଣ୍ଡି ପିନ୍ଧିବା ସହ ସାନିଟାଇଜର ବ୍ୟବହାରେ କରିବେ । ମନ୍ଦିର ଭିତରକୁ ଫୁଲ ଓ ଭୋଗ ନେଇପାରିବେ ନାହିଁ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories