ପୁରୀରେ ତିନି ବାଡ଼ରୁ ତିନି ରଥପାଇଁ ବିଜେ ହେଲା ଆଜ୍ଞାମାଳ
ପୁରୀ : ଆଜି ଆଷାଢ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପରମ୍ପରା ଅନୁଯାୟୀ ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ତିନି ରଥରେ ଏହି ଆଜ୍ଞାମାଳ ବିଜେ ହୋଇଛି। ପ୍ରଥମେ ତାଳଧ୍ୱଜ, ଏହାପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ବିଜେ ହୋଇସାରିଛି ଆଜ୍ଞାମାଳ। ପାରମ୍ପରିକ ସେବକଙ୍କ ଦ୍ୱାରା ଏହି ନୀତି ପାଳନ କରାଯାଇଛି।
ଏହି ନୀତିପରେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନିରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବାର ପରମ୍ପରା ରହିଛି। ତିନି ରଥକୁ ଉତରମୁହାଁ କରି ରଖାଯିବା ପରେ ରଥଯାତ୍ରା ଦିନ ତିନିରଥରେ ଠାକୁଙ୍କରୁ ବିଜେ କରି ରଥଟଣା ଆରମ୍ଭ ହୋଇଥାଏ।
Comments are closed.