www.samajalive.in
Saturday, December 6, 2025
26.1 C
Bhubaneswar

ସଇତାନ ବାପାର ଦୁଷ୍କର୍ମରେ ଅତିଷ୍ଠ ହୋଇ ଝିଅର ଆତ୍ମହତ୍ୟା

ପୁରୀ: ନାବାଳିକା ଝିଅକୁ ବାପାର ବାରମ୍ବାର ଦୁଷ୍କର୍ମ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସେ ମାଆକୁ ଜଣାଇବା ପରେ ମାଆ ମଧ୍ୟ ଏଥିରୁ ନିବୃତ ରହିବାକୁ ଅଭିଯୁକ୍ତକୁ ତାଗିଦ କରିଥିଲେ। କିନ୍ତୁ ସୈତାନ ବାପାର ଅତ୍ୟାଚାର କମିନଥିଲା। ଶେଷରେ ନାବାଳିକା ଝିଅଟି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଏଭଳି କିଛି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଶନିବାର ରାତିରେ ଝିଅଟି ଘରେ ଆତ୍ମହତ୍ୟା କରିଥିଲା। ଜାଣିବା ପରେ ମାଆ ତୁରନ୍ତ ଗୋପ ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିବା ସହ ଏସମ୍ପର୍କରେ ଥାନାକୁ ଜଣାଇଥିଲେ। ସ୍ବାମୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମାଆ ଦାବି କରିଛନ୍ତି । ଅଭିଯୁକ୍ତ ଫେରାର ରହିଛି। ସେପଟେ ପୁଲିସ କହିଛି ପରିବାର ତରଫରୁ ବିଧିବଦ୍ଧ ଭାବରେ ଅଭିଯୋଗ ହୋଇନାହିଁ। ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ କରାଯାଉଛି। ସାଇଣ୍ଟିଫିକ୍ ଘଟଣାସ୍ଥଳକୁ ତଦନ୍ତ କରୁଛି। ଝିଅର ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିବାର ସୂଚନା ମିଳିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କହିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories