www.samajalive.in
Friday, December 5, 2025
17.1 C
Bhubaneswar

ଆଜି ଶ୍ରୀମନ୍ଦିର ବଜେଟ୍ : ଭକ୍ତମାନେ କିଣିପାରିବେ ଗୋଲ୍ଡ ବଣ୍ଡ୍‌

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ଆୟ ବ୍ୟୟ ଅଟକଳ ଆଗତ କରାଯିବ। ତାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିଲା ଅର୍ଥ ସବ୍ କମିଟି ବୈଠକ। ଏଥିରେ ଶ୍ରୀମନ୍ଦିର ପାଇଁ ୩୮୬ କୋଟି ଟଙ୍କାର ବଜେଟ୍ ସ୍ଥିର ହୋଇଛି।  ତାସହ ଭକ୍ତମାନେ ଆଗାମୀ ଦିନରେ ଯେପରି ଗୋଲ୍ଡ ବଣ୍ଡ କିଣିପାରିବେ , ସେ ନେଇ ବି ବ୍ୟବସ୍ଥା କରିବାକୁ ଆଜି ପରିଚାଳନା କମିଟି ବୈଠକରେ ଆଲୋଚନା ହେବ । ଏହାସହ ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ସେଟ୍ ପ୍ରସ୍ତୁତ ପ୍ରସଙ୍ଗ ମଧ୍ୟ ଉଠିବ। ରତ୍ନଭଣ୍ଡାରର ମୁଖ୍ୟ କବାଟ ରୂପାରେ ତିଆରି କରିବା, ପ୍ରତି ଜିଲ୍ଲାର ସଦର ମହକୁମାରେ ହୁଣ୍ଡି ସ୍ଥାପନ କରିବା ନେଇ ଆଲୋଚନା ହେବ। ତାସହ ଗତ ରଥଯାତ୍ରାବେଳେ ଆଡପ ପହଣ୍ଡି ବିଭ୍ରାଟ ଘଟଣାରେ ୩ ଜଣିଆ ତଦନ୍ତ କମିଟି ଦେଇଥିବା ରିପୋର୍ଟ ବି ଆଜି ମାନେଜିଂ କମିଟି ରେ ଉପସ୍ଥାପନ କରାଯିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories