www.samajalive.in
Saturday, December 6, 2025
14.1 C
Bhubaneswar

ଜରିପାଲ ତଳେ ବିତୁଛି ୪ପ୍ରାଣୀଙ୍କ ଜୀବନ; ଆବାସ ଯୋଜନା ପାଲଟିଛି ସାତସପନ

ଧାମରା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶ, ଯୋଗ୍ୟ ହିତାଧିକାରୀ ମାନଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଗୃହ। ସେଥିପାଇଁ ଯାଞ୍ଚ କରାଯାଇ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଗଲା। ହେଲେ ଚିହ୍ନଟ ପ୍ରକ୍ରିୟାରେ ବଳି ପଡିଗଲେ ଯୋଗ୍ୟ ହିତାଧିକାରୀ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତୋଟାପଡା ପଞ୍ଚାୟତ ଗଙ୍ଗାଧରପୁର ପାଟଣା ଗ୍ରାମରେ। ଗାଁର ନିରଞ୍ଜନ ନାୟକ ଜଣେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ତାଲିକାରୁ ସେ ବାଦ ପଡିଥିବା ଦେଖିବାକୁ ମିଳିଛି। ସେହି ପଞ୍ଚାୟତରେ ଧନୀ ଲୋକଙ୍କୁ ଘର ମିଳୁଥିବା ବେଳେ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡିଛନ୍ତି। ମୋଟା ଅଙ୍କରେ ଅର୍ଥ ହାତଗୁଞ୍ଜା ନଦେଲେ ଏହି ତାଲିକାରେ ସାମିଲ ହେବା କଷ୍ଟସାଧ୍ୟ ହୋଇଥିବା ଅଭିଯୋଗ ହୋଇଛି।
ଗଙ୍ଗାଧରପୁର ପାଟଣା ଗ୍ରାମର ନିରଞ୍ଜନ ନାୟକଙ୍କ ପରିବାର କହିଲେ ୪ପ୍ରାଣୀ କୁଟୁମ୍ବ। ଦୁଇଟି ପୁଅ ଯୁକ୍ତ ଦୁଇରେ ପାଠ ପଢୁଥିବା ବେଳେ ନିରଞ୍ଜନ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବାରୁ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଅର୍ଥ ବାଧକ ସାଜିଛି। ଚାରିପ୍ରାଣି କୁଟୁମ୍ବ ଚଳାଇବା କଷ୍ଟସାଧ୍ୟ ହୋଇଥିବାରୁ ଘର କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ ମୁଣ୍ଡ ଗୁଞ୍ଜିବା ପାଇଁ ଗୋଟିଏ ଭଙ୍ଗା ଘର ହିଁ ସାହାରା ପାଲଟିଛି। ଅସରାଏ ବର୍ଷା ହେଲେ ଘରର ଅବସ୍ଥା ନକହିବା ଭଲ। କିଛି ବର୍ଷ ତଳେ ନିରଞ୍ଜନଙ୍କ ଆବାସ ଗୃହରେ ନାମ ଥିବାବେଳେ ଏବେ ଏଥିରୁ ତାଙ୍କ ନାମକୁ କାଟି ଦିଆଯାଇଛି। ଏହାଦେଖି ଭାଙ୍ଗି ପିଡଛନ୍ତି ନିରଞ୍ଜନ। ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀଙ୍କ କହିବା କଥା ସରକାର ତଦନ୍ତ କରି ଏହି ପରିବାରକୁ ଘର ଯୋଗାଇ ଦିଅନ୍ତୁ। ଏ ସମ୍ପର୍କରେ ଚାନ୍ଦବାଲି ବିଡ଼ିଓ ଅସିତ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ଅଭିଯୋଗ ବିଷୟରେ ଆଗରୁ ଜାଣି ନଥିଲେ, ଏହି ବିଷୟରେ ତଦନ୍ତ କରି ସମ୍ପୃକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories