ସୁଆଣ୍ଡୋ : ଭୁବନେଶ୍ବର – ପୁରୀ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡକର ଭାଇଲିପୁର – ସୁକଳ ଛକରେ ଏକ ବୋଲେରୋ ଭାରସାମ୍ୟ ହରେଇ ରାସ୍ତା ତଳେ ଥିବା ନୟନଯୋରୀକୁ ଓଲଟି ପଡିବାରୁ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣ ମୃତ୍ୟୁବରଣ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କରଡା ଥାନା ଅଧିନ ଲାଲ କମଙ୍ଗ ଗ୍ରାମର କେତେକ ଲୋକ ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ପୁରୀ ଯାଉଥିଲେ । ଦୁର୍ଘଟଣା ସମ୍ପର୍କରେ ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚନ୍ଦନପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡ଼ାକ୍ତର ଦୁଇଜଣ ଶିଶୁ ଜଣେ ମହିଳା ଓ ଦୁଇଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି ବୋଲି ଘୋଷଣା କରିଥିଲେ । ଅବଶିଷ୍ଟ ଆହତ ମାନଙ୍କୁ ପୁରୀ ଡାକ୍ତରଖାନାକୁ ପଠାଇଛନ୍ତି ସୂଚନାଯୋଗ୍ୟ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କର ଆନ୍ଦୋଳନ ଚାଲିଥିବା ବେଳେ ସେମାନେ ମାନବିକତା ଦୃଷ୍ଟିକୋଣରୁ ଘଟଣା ସ୍ଥଳରେ ପହଞ୍ଚି ଥିବାରୁ ଜନସାଧାରଣ ତାଙ୍କୁ ପ୍ରଶଂସା କରୁଛନ୍ତି ।
Popular Categories



