ପୁରୀକୁ ସଂଯୋଗ କରୁଥିବା ଏନ୍ଏଚ୍ ରେ ଖୋଲିଲା ୩ଟି ଗ୍ୟାରେଜ

ପୁରୀ : ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଦେଶରେ କରୋନା ପାଇଁ ୨୧ ଦିନ ଲକ୍ ଡାଉନ୍ ଜାରି କରାଯାଇଛି। ଜରୁରୀକାଳୀନ ସେବା ଯୋଗାଇ ଦେଉଥିବା ଯାନବାହନ କିପରି ମରାମତି ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ୩ଟି ଗ୍ୟାରେଜ ଖୋଲିଛି। ପ୍ରତି ୧୦ କିମିରେ ଗୋଟିଏ ଲେଖାଏଁ ଗ୍ୟାରେଜ ଖୋଲା ଯାଇଛି।

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳେଇଙ୍କ ସୂଚନା ଅନୁଯାୟୀ, ପୁରୀ ଜିଲାରେ ତିନୋଟି ସ୍ଥାନରେ ଗ୍ୟାରେଜ ଖୋଲିଛି । ପ୍ରଥମଟି ହେଉଛି ୩୧୬ ନମ୍ବର ଏନ୍ଏଚ୍ ରେ ଥିବା ମା କାଳୀ ଢ଼ାବା ନିକଟ ତେଇଶପୁର ନିକଟରେ ମା କାଳୀ ଗ୍ୟାରେଜ, ଦ୍ବିତୀୟଟି ହେଉଛି ପିପିଲି ଟୋଲଗେଟ୍ ନିକଟ କୃଷ୍ଣ ଚନ୍ଦ୍ର ମୋଟର ଗ୍ୟାରେଜ ଏବଂ ତୃତୀୟଟି ହେଉଛି ନିମାପଡ଼ା ଏସ୍ଏଚ୍-୧୩ ପେଟ୍ରୋଲ ପମ୍ପ ନିକଟରେ ମୋ ମୋଟର ଗ୍ୟାରେଜ ଖୋଲା ଯାଇଛି।

Comments are closed.