ସୁନାମ : ପଞ୍ଜାବର ସୁନାମରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। କାରକୁ ଏକ ଟ୍ରକ ଓ କଣ୍ଟେନର ଧକ୍କା ଦେବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶିଶୁ ସହ ୬ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତେ କାରରେ ଯାତ୍ରା କରୁଥିବା ବେଳେ ମାଲେରକୋଟଲାରୁ ସୁନାମ ଫେରୁଥିଲେ। ସୁନାମ ନିକଟରେ ଏହି କାର୍କୁ ଟ୍ରକ ସହ ଆଉ ଏକ ତେଲ କଣ୍ଟେନର ଧକ୍କା ଦେଇଥିଲା। କାର୍ଟି ଏହି ୨ଟି ଗାଡି ମଝିରେ ରହି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି।
Popular Categories



