ଗଡଜାତ ପରିକ୍ରମାର ପୂଜ୍ୟପୂଜା ସମାରୋହ

୧୪ ଜଣ ଗୁରୁ ସମ୍ବର୍ଦ୍ଧିତ

ଆଠଗଡ :  ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ଆନୁୁକୁଲ୍ୟରେ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠରେ ପବିତ୍ର ଗୁରୁଦିବସ ଅବସରରେ ୮ମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ସ୍ପର୍ଶଚିକିତ୍ସା ଗୁରୁ ବାବା ଆର୍ତ୍ତତ୍ରାଣ ମୁଖ୍ୟଅତିଥି, ସିଆରିଆ ମଠାଧିଶ ସଦାନନ୍ଦ ଦାସ ମହାରାଜ ମୁଖ୍ୟବକ୍ତା ଓ ଶିଳାଧାନ ମଠାଧିଶ ଯଶୋଦା ନନ୍ଦନ ଦାସ ମହାରାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରାର ମହତ୍ୱ ନିଆରା ବୋଲି ମତବ୍ୟକ୍ତ କରିଥିଲେ। ଗଡଜାତ ପରିକ୍ରମା ପକ୍ଷରୁ ଏପରି ଏକ ପୂଜ୍ୟପୂଜା ସମାରୋହ ଆୟୋଜନ ହୋଇଆସୁଥିବାରୁ ସେମାନେ ଅନୁଷ୍ଠାନର ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ । ଗଡଜାତ ପରିକ୍ରମାର ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବା ପରେ ସୁନାମଧନ୍ୟ ଗୀତିକାର ରାଧାନାଥ ଦାସଙ୍କ ଦ୍ୱାରା ଗୁରୁଙ୍କ ଉପରେ ରଚିତ ସ୍ୱାଗତ ସଂଗୀତ ଗୁରୁଦତ୍ତ ନାୟକଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାରମାନେ ପରିବେଷଣ କରିଥିଲେ। ଏହି ଅବସରରେ ୯୩ବର୍ଷିୟ ଗୁରୁ ରଘୁନାଥ ଦାସ, ସୁନ୍ଦର ନାରାୟଣ ମିଶ୍ର, ବାଉରୀବନ୍ଧୁ ମଲ୍ଲିକ, ଶୈଳବାଳା ଦେବୀ, ବାସନ୍ତି ଦେଇ, ପ୍ରତାପ କିଶୋର ମହାପାତ୍ର, ମଧୁସୁଦନ ବାରିକ, ମଞ୍ଜୁବାଳା ଶତପଥୀ, ଦେବରାଜ ବେହେରା, ବଂଶୀଧର ପଣ୍ଡା, ଅନ୍ନଦା ପଣ୍ଡା, ଶ୍ରୀବତ୍ସ ନାୟକ, ପ୍ରେମଲତା ଦେବୀ ଓ ଚନ୍ଦ୍ରଶେଖର ପ୍ରଧାନ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତ୍ରିଲୋଚନ ବେହେରା, ଅଶୋକ ଦାଶ, ସନ୍ତୋଷ ବାରିକ, ବିଜୟ ନାୟକ, ଦୀପାଳି ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ବରିଷ୍ଠ ସଭ୍ୟ ସଦାନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.