www.samajalive.in
Saturday, December 6, 2025
14.1 C
Bhubaneswar

ଆଳତୀ କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଭଗବାନଙ୍କୁ  ପୂଜାର୍ଚ୍ଚନା କରିବା ଦ୍ୱାରା ମନର ଶାନ୍ତି ଓ ଆତ୍ମାର ତୃପ୍ତି ମିଳିଥାଏ। ପୂଜାପାଠ ଓ ସାଧନାରେ ଏତେ ଶକ୍ତି ଥାଏ ଯେ, ସମସ୍ତଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ। ଆମେ ବିଭିନ୍ନ ବିଧିରେ ପୂଜା କରିଥାଉ। ଶ୍ରଦ୍ଧାର ସହ ଭଗବାନଙ୍କ ପୂଜା କଲେ ଚିନ୍ତା ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ସେହି ନିୟମଗୁଡିକ ମଧ୍ୟରୁ ଆଳତୀର ବିଶେଷ ମହତ୍ତ୍ୱ ରହିଛି। ଶାସ୍ତ୍ରରେ ଏହାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି।
– ହିନ୍ଦୁ ଧର୍ମର ପୂଜାପରମ୍ପରାରେ ଆଳତୀର ବହୁ ମହତ୍ତ୍ୱ ରହିଛି।
– ଯେକୌଣସି ଦେବାଦେବୀଙ୍କୁ ପୂଜାପାଠ କରିବା ପରେ ଶେଷରେ ଆଳତୀ କରାଯାଇଥାଏ।
– ଏକ ଥାଳିରେ ଦୀପ, ଚାଉଳ, ଫୁଲ, ଭୋଗ, କର୍ପୁର, କୁଙ୍କୁମ ଆଦି ରଖି ଆଳତୀ କରିବା ଉଚିତ।
– ଥାଳିରେ ଭିନ୍ନ ଭିନ୍ନ ବସ୍ତୁର ବିଶେଷ ମହତ୍ତ୍ୱ ରହିଛି। ମାତ୍ର ଆଳତୀ କରିବା ସମୟରେ ଭଗବାନଙ୍କ ସ୍ତୁତି ଉଚ୍ଚାରଣ କରିବା ଅତ୍ୟନ୍ତ ଆବଶ୍ୟକ।
– ସ୍ତୁତି ବିନା ଆଳତୀର ସମ୍ପନ୍ନତା ଆସି ନଥାଏ।

ଆଳତୀ ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ-
– ପ୍ରଭୁ ବିଷ୍ଣୁଙ୍କୁ ଆଳତୀ କରିବା ସମୟରେ ହଳଦିଆ ପୁଷ୍ପ ନିଶ୍ଚୟ ଆଳତୀ ଥାଳିରେ ରଖନ୍ତୁ।
– ଦେବୀ ଓ ହନୁମାନଙ୍କୁ ଆଳତୀ କରିବା ସମୟରେ ଲାଲ ରଙ୍ଗର ପୁଷ୍ପ ରଖନ୍ତୁ।
– ପ୍ରଭୁ ଶିବଶଙ୍କରଙ୍କର ଆଳତୀ କରିବା ସମୟରେ ଫୁଲ ସହ ବେଲ ପତ୍ର ରଖନ୍ତୁ।
– ଗଣେଶଙ୍କୁ ଆଳତୀ କରିବା ସମୟରେ ଦୁବ ନିଶ୍ଚୟ ରଖନ୍ତୁ।
– ଗୃହରେ କରାଯାଉଥିବା ନିୟମିତ ଆଳତୀରେ ହଳଦିଆ ପୁଷ୍ପ ନିଶ୍ଚୟ ରଖନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories