www.samajalive.in
Saturday, December 6, 2025
26.1 C
Bhubaneswar

ଡ଼ାଲ୍‍ ମଖନି

ଆବଶ୍ୟଖକ ସାମଗ୍ରୀ
ବୁଟ ଡ଼ାଲି – ୧କପ
ପେଷା ଟମାଟୋ – ୧କପ
ଅଦା ବଟା – ୧ଚାମଚ
ରସୁଣ ବଟା – ୧ଚାମଚ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଗରମ ମସଲା – ୧ ଚାମଚ
କ୍ରିମ – ୧କପ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଡ଼ାଲିକୁ ୪ ରୁ ୫ ଘଣ୍ଟା ବତୁରାଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କୁକରରେ ଡ଼ାଲି, ହଳଦୀଗୁଣ୍ଡ, ଲୁଣ, ପାଣି ଦେଇ ଏହାକୁ ସିଝାଇ ଦିଅନ୍ତୁ। ଏହା ପରେ ଗ୍ୟାସରେ ଏକ କଡ଼େଇ ବସାଇ ସେଥିରେ ବଟର ଗରମ କରନ୍ତୁ। ବଟର ପକାଇବା ପରେ ରସୁଣ ବଟା, ଅଦା ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ପେଷା ଟମାଟୋ ପକାଇ ପୁଣି କଷନ୍ତୁ। ଏବେ ଏଥିରେ ସିଝାଇ ଥିବା ଡ଼ାଲିକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ପାଣି, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଅଳ୍ପ ଲୁଣ , ଗରମ ମସଲା ପକାଇ ୨ ରୁ ୩ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଧନିଆ ପତ୍ର ଏଥିରେ ୧କପ କ୍ରିମ ପକାଇ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଡ଼ାଲ ମଖନି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories