www.samajalive.in
Saturday, December 6, 2025
26.1 C
Bhubaneswar

ଲଣ୍ଡନ କୋର୍ଟ ବିଚାରପତିଙ୍କ ପ୍ରଶ୍ନ; ଗୋଟିଏ ସେଲ୍‌ରେ ରହିବେ କି ନୀରବ ମୋଦୀ, ମାଲ୍ୟା ?

ନୂଆଦିଲ୍ଲୀ: ଭାରତରୁ ୧୩ ହଜାର ୭୦୦ କୋଟି ଠକେଇ କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ଲଣ୍ଡନ କୋର୍ଟରେ ହୋଇଥିଲା। ତେବେ ଶୁଣାଣି ବେଳେ ଏକ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେତେବେଳେ ବିଚାରପତି ପ୍ରଶ୍ନ କରିଥିଲେ ନୀରବ ମୋଦୀ ଭାରତ ଯିବା ପରେ ମାଲ୍ୟାଙ୍କ ସହ ଗୋଟିଏ ସେଲରେ ରହିବେ କି?

ସୂଚନା ମୁତାବକ, ଶୁକ୍ରବାର ୟୁକେ କୋର୍ଟରେ ନୀରବ ମୋଦୀଙ୍କ ୨ୟ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଶୁଣାଣି ଆରମ୍ଭରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ସ କୋର୍ଟର ମୁଖ୍ୟ ମାଜିଷ୍ଟ୍ରେଟ ଅର୍ବଥନଟ କହିଲେ ଯେ, ଗତବର୍ଷ ଡିସେମ୍ବରରେ ଅନ୍ୟତମ ଠକେଇ ଅଭିଯୁକ୍ତ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ସେ ନିର୍ଦେଶ ଦେଇଥିଲେ। ଏବେ ଯଦି ନୀରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ସେ କେଉଁଠି ରହିବେ। ଏହାର ଉତ୍ତରରେ ଭାରତ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା କ୍ରାଉନ ପ୍ରୋସିକ୍ୟୁସନ ସର୍ଭିସ ଓକିଲ କହିଥିଲେ ଯେ, ନୀରବ ମୋଦୀଙ୍କୁ ମୁମ୍ବଇକୁ ପ୍ରତ୍ୟର୍ପଣ କରାଯାଇପାରେ। ସେଠାରେ ସେ ମଧ୍ୟ ଆର୍ଥର ରୋଡ୍‌ ଜେଲରେ ରହିବେ, ଯେଉଁଠି ମାଲ୍ୟା ରହିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ପରେ ବିଚାରପତି ପ୍ରଶ୍ନ କରିଥିଲେ ଯେ, ନୀରବ ମୋଦୀ ଏବଂ ମାଲ୍ୟା ଏକାଠି ଗୋଟିଏ ସେଲ୍‌ରେ ରହିବେ କି? ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ବିଚାର ବେଳେ ଭାରତ ପକ୍ଷରୁ ଆର୍ଥର ରୋଡ୍‌ ଜେଲରେ ମାଲ୍ୟାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସେଲ୍‌ର ଯେଉଁ ଭିଡିଓ ଦାଖଲ କରାଯାଇଥିଲା ସେଠାରେ ନୀରବ ମୋଦୀ ରହିବା ପାଇଁ ଜାଗା ଅଛି କି? ବିଚାରପତିଙ୍କ ଏଭଳି ପ୍ରଶ୍ନକୁ ନେଇ କିଛି ସମୟ ପାଇଁ କୋର୍ଟରେ ଏକ ହାଲ୍‌କା ମୁହୂର୍ତ୍ତ ସୃଷ୍ଟି ହୋଇଥିଲା।

- Advertisement -

ସୂଚନାଯୋଗ୍ୟ, ୯ ହଜାର କୋଟି ଟଙ୍କାର ଋଣ ଠକେଇ କରି ମଦ ବ୍ୟବସାୟୀ ବିଜୟ ମାଲ୍ୟା ମଧ୍ୟ ଲଣ୍ଡନରେ ରହିଛନ୍ତି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ମାମଲା ବିଚାରାଧୀନ ରହିଛି। ସେ ଭାରତ ଆସିଲେ ତାଙ୍କୁ ଆର୍ଥରରୋଡ ଜେଲରେ ରଖିବା ନେଇ ବ୍ୟବସ୍ଥା ହୋଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories