www.samajalive.in
Saturday, December 6, 2025
16.1 C
Bhubaneswar

ବଢୁଛି ପ୍ରିୟଙ୍କାଙ୍କ ଲୋକପ୍ରିୟତା; ଦଳରେ ଯୋଗଦେବା ପରେ କଂଗ୍ରେସର ଶକ୍ତି ନେଟୱର୍କ ସଦସ୍ୟ ସଂଖ୍ୟା ୨୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: କଂଗ୍ରେସରେ ଯୋଗଦେବା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଏହା ସହ ଦଳର ସଦସ୍ୟତା ହାର ମଧ୍ୟ ବଢ଼ିବାରେ ଲାଗିଛି। ପ୍ରିୟଙ୍କା ଦଳରେ ସାମିଲ ହେବାର ୨ମାସ ମଧ୍ୟରେ କଂଗ୍ରେସର ଶକ୍ତି ନେଟୱର୍କରେ ସଦସ୍ୟ ସଂଖ୍ୟା ୨୨ ପ୍ରତିଶତ ବଢ଼ିଛି। କଂଗ୍ରେସରେ ସଦସ୍ୟତା ଲାଭ କରିବା ପାଇଁ ରହିଥିବା ଶକ୍ତି ନେଟ୍‌ୱର୍କ(ଶକ୍ତି ଆପ୍‌) ତୃଣମୂଳସ୍ତରର କର୍ମୀଙ୍କୁ ଦଳୀୟ ନେତୃବୃନ୍ଦଙ୍କ ସହ ଯୋଡ଼ିଥାଏ।

ପ୍ରିୟଙ୍କା ଗତ ଜାନୁୟାରୀ ୨୩ରେ କଂଗ୍ରେସରେ ସାମିଲ ହୋଇଥିଲେ। ତାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା ଘୋଷଣା କରିଥିଲେ। ତାଙ୍କୁ କଂଗ୍ରେସ ମହାସଚିବ ପଦବୀରେ ଅବସ୍ଥାପିତ କରାଯିବା ସହ ଉତ୍ତର ପ୍ରଦେଶରେ ୩ ଦଶନ୍ଧି ଧରି ଉଧେଇ ପାରୁ ନ ଥିବା ଦଳର ସ୍ଥିତିରେ ସୁଧାର ଆଣିବାକୁ ଦାୟିତ୍ଵ ଦିଆଯାଇଥିଲା।

- Advertisement -

ଏହା ପରେ ପ୍ରିୟଙ୍କା ଉତ୍ତରପ୍ରଦେଶ ଉପରେ ସ୍ବତନ୍ତ୍ର ଫୋକସ କରିଛନ୍ତି। ବିଭିନ୍ନ ଅଞ୍ଚଳ ଗସ୍ତ କରି କର୍ମୀ ଏବଂ ଜନସାଧାରଣ ବିଶେଷ କରି ମହିଳାମାନଙ୍କ ସହ ଆଲୋଚନା କରୁଛନ୍ତି। ଦୁଇମାସ ତଳେ ଶକ୍ତି ଆପ୍‌ରେ ତୃଣମୂଳ ସ୍ତରର କର୍ମୀଙ୍କ ସଂଖ୍ୟା ୫୪ ଲକ୍ଷ ଥିବାବେଳେ ବର୍ତ୍ତମାନ ତାହା ୨୨ ପ୍ରତିଶତ ବୃଦ୍ଧି ପାଇ ୬୬ ଲକ୍ଷରେ ପହଞ୍ଚିଛି। ବିଶେଷ କରି ନୂଆ ସଦସ୍ୟଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ। ପୂର୍ବରୁ ଶକ୍ତି ଆପରେ ମହିଳା ସଦସ୍ୟ ସଂଖ୍ୟା ୨୨ ପ୍ରତିଶତ ଥିବାବେଳେ ଏହା ବଢ଼ିଯାଇ ୪୦ ପ୍ରତିଶତରେ ପହଞ୍ଚିଛି।

ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ ପରେ ଅଧିକ ସଂଖ୍ୟକ ମହିଳା କଂଗ୍ରେସର ସଦସ୍ୟତା ଲାଭ କରିଛନ୍ତି, ଯାହା ଦଳ ପାଇଁ ବେଶ୍‌ ଗୁରୁତ୍ଵପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି। ବିହାରର ପୂର୍ବତନ ମନ୍ତ୍ରୀ ପ୍ରବୀଣ ଅମନୁଲ୍ଲା କହିଛନ୍ତି ଯେ, ରାଜନୀତିରେ ପ୍ରିୟଙ୍କାଙ୍କ ଅଂଶଗ୍ରହଣ ପରେ ଅଧିକ ମହିଳା ରାଜନୀତିକୁ ଆସିବାକୁ ଚାହୁଁଛନ୍ତି। ଏହା ଏକ ଭଲ କଥା। କିନ୍ତୁ ପ୍ରିୟଙ୍କା ଯଦି ଲୋକସଭା ନିର୍ବାଚନରେ ଦଳ ପାଇଁ ଅଧିକ ଭୋଟ ସଂଗ୍ରହଣ କରିପାରିବେ ତେବେ ତାହା ତାଙ୍କର ପ୍ରକୃତ ଦକ୍ଷତାର ପରିଚୟ ହେବ।

କଂଗ୍ରେସର ତଥ୍ୟ ବିଶ୍ଳେଷଣ ବିଭାଗ ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀ ଏହି ଶକ୍ତି ଆପ୍‌ ତିଆରି କରିଛନ୍ତି। ଏହା ଜରିଆରେ କଂଗ୍ରେସର ସଦସ୍ୟତା ହାସଲ କରୁଥିବା କର୍ମୀମାନଙ୍କ ମତାମତ ଅନୁସାରେ ଦଳର ନିଷ୍ପତ୍ତି ନିଆଯାଇଥାଏ। ଏଥିପାଇଁ ଆକସ୍ମିକ ଭୋଟିଂ ବ୍ୟବସ୍ଥା କରାଯାଇଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories