www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରୀରାଧାଷ୍ଟମୀ ଉପଲକ୍ଷେ ସାକ୍ଷୀଗୋପାଳ ମନ୍ଦିର ଉତ୍ସବମୁଖର

ସୁଆଣ୍ଡୋ : ପୁରୀ ଜିଲାର ସାକ୍ଷୀଗୋପାଳଙ୍କ ମନ୍ଦିରରେ ସୋମବାର ରାଧାଷ୍ଟମୀ ପାଇଁ ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ସିଂହଦ୍ୱାରର ଭଜନ କମିଟି ପକ୍ଷରୁ ଶୁକ୍ରବାର ଠାରୁ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଶ୍ରୋତୀୟ ବ୍ରାହ୍ମଣ ପଣ୍ଡିତମମାନଙ୍କ ଦ୍ୱାରା ଯଜ୍ଞବିହିତ କର୍ମମାନ ଅନୁଷ୍ଠିତ ହୋଇଛି। ମା’ରାଧାଙ୍କର ନୀତି ସହିତ ସହ ଜନ୍ମବିଧି କର୍ମ ଅନୁଷ୍ଠିତ କରାଯାଉଛି। ଏହୀ ପରିପ୍ରେକ୍ଷୀରେ ନାମ ସଙ୍କୀତ୍ତନ ବାଳଗୋପାଳ ସେବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପୟଦାନ କରାଯିବା ସହିତ ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଓ କଳାକାରମାନଙ୍କ ଦ୍ୱାରା ଭଜନ ସମାରୋହ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଦିନରେ ମା’ରାଧା ଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ମନ୍ଦିର ପାଶ୍ୱର୍ରେ ଏକ ପାନୀୟଜଳ ପ୍ରକଳ୍ପ ନାଲକୋ ପକ୍ଷରୁ ଅପରାହ୍ନରେ ଉଦଘାଟନ କରାଯିବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories