www.samajalive.in
Friday, December 5, 2025
26.1 C
Bhubaneswar

ରେବାଡ଼ି ଗଣ-ବଳାତ୍କାର ଘଟଣାର ୩ଅଭିଯୁକ୍ତ ଗିରଫ:୨ଫେରାର

ନୂଆଦିଲ୍ଲୀ: ହରିୟାନାର ରେବାଡ଼ିଠାରେ ଜନୈକା ଟପ୍ପର ଛାତ୍ରୀଙ୍କ ସହ ଗଣ ବଳାତ୍କାର ଘଟଣାରେ ଗଠିତ ଏସଆଇଟି ୩ଜଣଙ୍କୁ ଗିରଫ କରିଛି। ଗିରଫ ୩ଜଣଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ନିଶୁ ସମେତ ବଳାତ୍କାର ପାଇଁ ବ୍ୟବହୃତ ଘର ମାଲିକ ଦୀନଦୟାଲ ଓ ପୀଡ଼ିତାଙ୍କ ଜାଞ୍ଚ କରିଥିବା ଡାକ୍ତର ସଞ୍ଜିବଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତ ଡାକ୍ତରଙ୍କୁ ଘଟଣା ସମ୍ପର୍କରେ ଜଣା ଥିଲେ ମଧ୍ୟ ସେ ଏ ସମ୍ପର୍କରେ ପୁଲିସକୁ ଜଣାଇ ନଥିଲେ। ଅପରାଧ ଓ ଷଢଯନ୍ତ୍ର ରଚାଇବା ଅପରାଧରେ ତାଙ୍କୁ ଗିରଫ କରାଯାଇଛି। ଏସଆଇଟି ପ୍ରମୁଖ ନାଜନୀନ ଭସୀନଙ୍କ ସୂଚନା ଅନୁଯାୟୀ ଅନ୍ୟ ୨ ମୁଖ୍ୟ ଅଭିଯୁକ୍ତ ତଥା ସେନାର ଜବାନ ପଙ୍କଜ ଓ ମନୀଷଙ୍କୁ ଗିରଫ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଏସଆଇଟିକୁ ମିଳି ଯାଇଛି। ପୀଡ଼ିତାକୁ ଅପହରଣ କରାଯିବା ପରେ ପାନୀୟ ଜଳରେ ନିଶା ଔଷଧ ମିଶାଇ ତାକୁ ଅଚେତ କରାଯାଇ ଥିଲା। ପରେ ଘର ମାଲିକଙ୍କ ଘରେ ଛାତ୍ରୀଙ୍କୁ ବଳାତ୍କାର କରାଯାଇ ଥିଲା।
ଅପରପକ୍ଷରେ ପୀଡ଼ିତାଙ୍କ ପରିବାର ହରିୟାନା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିବା ୨ଲକ୍ଷ ଟଙ୍କାର କ୍ଷତିପୂରଣ ରାଶିକୁ ଫେରାଇ ଦେଇଛନ୍ତି। ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିଲେ ମଧ୍ୟ ମାନସିକସ୍ତରରେ ସେ ଏବେ ବି ଦୁର୍ବଳ ଅଛନ୍ତି ବୋଲି ବିଭାଗୀୟ ଡାକ୍ତର ସୂଚନା ଦେଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories