ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କୁ ନିର୍ମାଣ ଏବଂ ସୃଷ୍ଟିର ଦେବତା ବୋଲି କୁହାଯାଇଥାଏ। ମାନ୍ୟତା ରହିଛି ଯେ, ଇନ୍ଦ୍ରପୁରୀ, ଦ୍ୱାରିକା, ହସ୍ତିନାପୁର, ସ୍ୱର୍ଗଲୋକ, ଲଙ୍କା ଆଦିର ନିର୍ମାଣ କରିଥିଲେ। ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଭାଦ୍ରବ ମାସର କନ୍ୟା ସଙ୍କରାନ୍ତିରେ ପାଳନ କରାଯାଏ। ଏହି ଦିନରେ ପ୍ରଭୁ ବିଶ୍ୱକର୍ମାଙ୍କର ଜନ୍ମ ହୋଇଥିଲା। ତେଣୁ ଏହାକୁ ବିଶ୍ୱକର୍ମା ଜୟନ୍ତୀ ବୋଲି ମଧ୍ୟ କୁହାଯାଏ।
ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ। ଏହି ଦିନରେ ସମସ୍ତ କାର୍ଯ୍ୟାଳୟ ଓ ବିଭିନ୍ନ ମେସିନକୁ ପୂଜା କରାଯାଏ।
ଏହି ପୂଜାର ମହତ୍ୱ –
ଭଗବାନ ବିଶ୍ୱକର୍ମାଙ୍କର ଅନେକ ରୂପ ରହିଛି। ୨, ୪ ଏବଂ ୧୦ ବାହୁ ବିଶିଷ୍ଟ। ୧, ୪ଏବଂ ୫ ମୁଖ ବିଶିଷ୍ଟ। ବିଶ୍ୱକର୍ମା ପୂଜା ଦିନ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ସାର୍ବଜନୀନ ଭାବେ ପାଳନ କରାଯାଏ। ଏହି ଦିନରେ ପୂଜା କଲେ ବେପାରବାଣିଜ୍ୟରେ ଅଧିକ ଉନ୍ନତି ହୋଇଥାଏ ବୋଲି ମାନ୍ୟତା ରହିଛି। ତେଣୁ ଏହି ଦିନରେ କାରଖାନା, ଦୋକାନ , ବିଭିନ୍ନ ଯାନ୍ତ୍ରିକ ଦୋକାନରେ ଥିବା ମେସିନ ମାନଙ୍କର ପୂଜା କରାଯାଏ। ଦୀପଧୂପ, ଫୁଲ, ଭୋଗ ଆଦି ଯଥାପୂର୍ବକ ଅର୍ପଣ କରାଯାଇ, ମହା ଆଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଇଥାଏ।
ପ୍ରତ୍ୟେକ ପର୍ବପର୍ବାଣିର ନିଜର ମହତ୍ୱ ରହିଛି। ଶାସ୍ତ୍ରରେ କୁହାଯାଇଛି ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇନଥାଏ। ତେଣୁ ଆଜିକା ଯୁଗରେ ମଧ୍ୟ ଏହି ପୂଜାର ଖୁବ ମାନ୍ୟତା,ମହତ୍ୱ ରହିଛି। ଏହି ପୂଜା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ।
ବିଶ୍ୱକର୍ମା ପୂଜା ଓ ଏହାର ମହତ୍ୱ
Popular Categories



