ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମଦିନକୁ ବିଶ୍ୱକର୍ମା ପୂଜା ଭାବେ ପାଳନ କରାଯାଉଛି। ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାକୁ ବିଧି ପୂର୍ବକ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ।
ମାନ୍ୟତା ଅନୁଯାୟୀ ପୌରାଣିକ କାଳରେ ଦେବତା ମାନଙ୍କ ଅସ୍ତ୍ରଶସ୍ତ୍ର , ମହଲ ମାନଙ୍କର ନିର୍ମାଣ ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ହୋଇଥିଲା। ତେଣୁ ତାଙ୍କୁ ନିର୍ମାଣ ଏବଂ ସୃଷ୍ଟିର ଦେବତା ବୋଲି କୁହାଯାଏ। ସେ ସୁନାର ଲଙ୍କା, ପୁଷ୍ପକ ବିମାନ , ଇନ୍ଦ୍ରଙ୍କବଜ୍ର , ମହାଦେବଙ୍କ ତ୍ରିଶୁଳ, ଶ୍ରୀ କୃଷ୍ଣଙ୍କ ନଗରୀ ଦ୍ୱାରିକା ଆଦିର ନିର୍ମାଣ କରିଥିଲେ। ବିଶ୍ୱକର୍ମାଙ୍କ ଶିଳ୍ପ କାରୁକାର୍ଯ୍ୟରେ ଅଗାଧ୍ୟ ପାଣ୍ଡିତ୍ୟ ଥିବାରୁ ତାଙ୍କୁ ଶିଳ୍ପକଳାର ଜନକ କୁହାଯାଏ। ସମସ୍ତ ବ୍ରହ୍ମାଣ୍ଡର ରଚନା ମଧ୍ୟ ବିଶ୍ୱକର୍ମାଙ୍କ ହାତରେ ହୋଇଛି।
ନିର୍ମାଣର ଦେବତା ଭଗବାନ ବିଶ୍ୱକର୍ମା
Popular Categories



