ଉତ୍ତରାଖଣ୍ଡ ହଲଦ୍ୱାନୀରେ ବିକ୍ଷୋଭକାରୀ-ପ୍ରଶାସନ ସଂଘର୍ଷ, ୫ ମୃତ, ୧୪ ଆହତ

ଡେସ୍କ: ଉତ୍ତରାଖଣ୍ଡରେ ହଲଦ୍ୱାନୀରେ ବେଆଇନ ନିର୍ମାଣ ଉଚ୍ଛେଦ ପରେ ବିକ୍ଷୋଭକାରୀ ଓ ପ୍ରଶାସନ ମଧ୍ୟରେ ସଂଘର୍ଷ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଗତ ୨୪ ଘଂଟା ଧରି ପ୍ରଭାବିତ ଅଂଚଳରେ କର୍ଫ୍ୟୁ ଜାରି କରାଯିବା ସହ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେପଟେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ହଲଦ୍ୱାନୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହିଂସାକାଣ୍ଡରେ ଆହତ ହୋଇଥିବା ପୁଲିସ କର୍ମୀ ଓ ସାମ୍ବାଦିକଙ୍କୁ ସେ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି ବର୍ଣ୍ଣନା କରିବା ସହ କହିଛନ୍ତି ଯେ କିଛି ଲୋକ ଦେବଭୂମିର ବାତାବରଣ ଖରାପ କରିବାକୁ ଚେଷ୍ଟା କରିଛନ୍ତି ଏବଂ ଆଇନକୁ ନିଜ ହାତକୁ ନେଇଛନ୍ତି। ଭିଡିଓ ଫୁଟେଜ୍ ଯାଞ୍ଚ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ପାକିସ୍ତାନ ନିର୍ବାଚନ – ସ୍ପଷ୍ଟ ହୋଇନି ଭୋଟ ଗଣତି ଫଳାଫଳ

ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ରାଧା ରତୁରୀ କହିଛନ୍ତି ଯେ ସରକାର ପରିସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ। କୌଣସି ଗୁଜବ ପ୍ରଚାର ନ କରି ଶାନ୍ତି ବଜାୟ ରଖିବାକୁ ସେ ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଅଭିନବ କୁମାର କହିଛନ୍ତି ଯେ ହଲଦ୍ୱାନୀ ସହରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଏବଂ ସମସ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ତାଙ୍କର ପ୍ରାଥମିକତା।

ବିରୋଧୀଙ୍କୁ ସୀତାରମଣଙ୍କ ସମାଲୋଚନା, କହିଲେ ସବୁ କିଛି ପ୍ରମାଣ ସହିତ ଅଛି

ସୂଚନାଯୋଗ୍ୟ, ଗତକାଲି ମହାନଗର ନିଗମ ଟିମ୍ ହଲଦ୍ୱାନୀର ବନଭୁଲପୁରା ଥାନା ଅଞ୍ଚଳରେ ସରକାରୀ ଜମିରେ ନିର୍ମିତ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଥିଲେ। ଏହାର ପ୍ରତିବାଦରେ ବହୁ ସଂଖ୍ୟକ ଉତ୍ତ୍ୟକ୍ତ ଲୋକମାନେ ଜବରଦଖଲ ଉଚ୍ଛେଦ ଅଭିଯାନ ଟିମ୍ ଉପରକୁ ପଥର ମାଡ଼ କରିଥିଲେ।

Comments are closed.