www.samajalive.in
Monday, December 8, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ବିଜେପି ଓ ଯୁବ କଂଗ୍ରେସ କର୍ମୀ ଗିରଫ

ଭବାନୀପାଟଣା: ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବୀ କରି ବିଜେପି ଓ କଂଗ୍ରେସ ତରଫରୁ ସାରା ରାଜ୍ୟରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଯାହାକୁ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବହିଷ୍କାର ନ କରି ଯଦି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଆସିବେ ତାଙ୍କୁ ବିଜେପି ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଥିବା ବେଳେ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ୮ ତାରିଖ ଦିନ ଦୁଇ ଘଣ୍ଟିଆ ଜନତା କର୍ଫ୍ୟୁ ଡାକରା ଦେଇଥିଲେ। ଯାହା ଫଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପିର ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଓ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତିରାଣୀ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି ମହିଳା, ବିଜେପି ନେତା ଓ ଯୁବନେତାମାନେ ବିଭିନ୍ନ ବିଜେଡି ମନ୍ତ୍ରୀ ଓ ବିଧାୟକମାନଙ୍କୁ କଳାପତାକା ଦେଖାଇବା ଓ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପ୍ରତାପ ଜେନା ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପୁଲିସ ଦେବେନ୍ଦ୍ର ମହାନ୍ତି, ସ୍ମୃତିରାଣୀ ପଟ୍ଟନାୟକ, ବବିତା ପାତ୍ର, ସୁବାଶିନୀ ପୃଷ୍ଟି, ସବିତା ପଟ୍ଟନାୟକ, ଭବେନ୍ଦ୍ର ପଣ୍ଡା, ବଦ୍ରୀନାରାୟଣ ପଟ୍ଟନାୟକ, ଆର୍ତ୍ତତ୍ରାଣ ମହାପାତ୍ର, ପ୍ରଶାନ୍ତ ସାହୁ, ଦୀପଜ୍ୟୋତି ମୁଣ୍ଡ, ବିଜୟ ସାହୁ, ରମେଶ ମାଝୀ, ଜୟଶଙ୍କର ନାଏକ, ଶୋଭାଗିନୀ ପାତ୍ର ଓ ପୁଷ୍ପାଞ୍ଜଳି ତାଣ୍ଡି ସମେତ ବହୁ ବିଜେପି କର୍ମୀଙ୍କୁ ଗିରଫ କରିଥିଲେ। ସେହିପରି ଯୁବ କଂଗ୍ରେସ ତରଫରୁ ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବ, ବିଭୁତି ମହାପାତ୍ର, ଲିଙ୍ଗରାଜ ବେହେରା, ପିଣ୍ଟୁ ଅଗ୍ରୱାଲ, ନିରୋଜ ଶର୍ମା, ସାଗର ପଟ୍ଟନାୟକ, ମଣ୍ଟୁ ସାହୁ, ଗଣେଶ ଛତ୍ରିଆ, ସୁମନ୍ତ ରଣା, ଶଙ୍କର ବାଗ, ହଳଧର ମାଝୀ, ସୋହନ ଦୁର୍ଗା ପ୍ରମୁଖ ଯୁବ କଂଗ୍ରେସ ନେତା ଓ କର୍ମୀମାନେ ଦୟାନିଧି ଛକ ଓ ଅନ୍ୟ ସ୍ଥାନରେ ବିଜେଡି ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇବା ସମୟରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories