କଲ୍ୟାଣସିଙ୍ଗପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ମୁଖ୍ୟରାସ୍ତାର ତିନି କଣିଆ ଛକ ଠାରେ କିଛି ଦିନ ତଳେ ଡକ୍ଟର ଭୀମରାଓ ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ର ଭୂମି ପୂଜନ ସହ ଶିକରପାଇ ଗ୍ରାମର ଆମ୍ବେଦକର ଯୁବ ଗୋଷ୍ଠୀଙ୍କ ଦ୍ଵାରା ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଜାଗାରେ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ସଂକଳ୍ପ ନିଆ ଯାଇଥିଲା କିନ୍ତୁ ଏହା ଲଗାଇବାର କିଛି ଦିନ ମଧ୍ୟରେ ହିଁ ଏହାକୁ କେହି ଅସାମାଜିକ ବ୍ୟକ୍ତି ଚିରି ଫୋପାଡ଼ି ଦେଇଥିଲେ। ଏହାକୁ ଦେଖି ଆମ୍ବେଦକର ଯୁବ ଗୋଷ୍ଠୀଙ୍କ ଦ୍ଵାରା ଥାନାରେ ଏକ ଏତଲା ଦେଇଥିଲେ ଏବଂ ଅଗଷ୍ଟ ୧୫ ତାରିଖ ଦିନ ପୁଣିଥରେ ଏକ ଫଟୋଚିତ୍ର ସ୍ଥାପନ କରାଯାଇଥିଲା। ଯାହାକୁ ଚଳିତ ଅଗଷ୍ଟ ମାସ ୨୭ ତାରିଖରେ ପୁଣିଥରେ କିଛି ଅସାମାଜିକ ବ୍ୟକ୍ତି ବିଶେଷ ଚିରି ଦେଇଛନ୍ତି। ଏହି ଘଟଣାର ଖବର ପାଇ ବହୁଜନ ସମାଜ ପାର୍ଟି ଓ ବାମସେଫ୍ ର କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚି ଏହାକୁ ତୀବ୍ର ନିନ୍ଦା କରିବା ସହ ଯଥାଶୀଘ୍ର ଏହି କାର୍ଯ୍ୟ କରିଥିବା ଲୋକଙ୍କୁ ଧରି କୋଠର ଦଣ୍ଡ ଦେବା ପାଇଁ ଦାବୀ କରିଛନ୍ତି। ଏହା କରା ନଗଲେ ହଜାର ହଜାର ବହୁଜନ ପ୍ରେମୀ ଆନ୍ଦୋଳନ କରିବେ ବୋଲି ଜଣେଇଛନ୍ତି। ଏହି ସମୟରେ ବିଏସପି ବରିଷ୍ଠ ନେତା ସରୋଜ ନାଏକ ବାମସେଫ୍ ଜିଲ୍ଲା ସଭାପତି ଜନାର୍ଦ୍ଦନ ଗରଡ଼ା ଯୁବ ନେତା ମାଲେସ କୌଶଲ୍ୟା ବିଏସପି ଜିଲ୍ଲା ଉପ ସଭାପତି ଜାଗାମ ବେନିଆ ଶିକରପାଇ ବାସିନ୍ଦା ବିଜୟ କନ୍ଧପାଣି, ତ୍ରିମୁଳା ଗାଣ୍ଟା, ରମେଶ କୌଶଲ୍ୟା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।
Popular Categories



