ହରଭଙ୍ଗା : ହରଭଙ୍ଗା ବ୍ଲକର ଛତ୍ରଙ୍ଗ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକର ବିଭିନ୍ନ ଅଂଚଳରୁ ୧୪୫ଟି ଅଭିଯୋଗର ପଞ୍ଜିକରଣ ହୋଇଥିଲା।ସେଥିରୁ ୧୩୩ଟି ବ୍ୟକ୍ତିଗତ,୦୯ଟି ସାମୁହିକ ଅଭିଯୋଗ ରହିଥିଲା । ବୌଦ୍ଧ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ର ଭଞନ ମଦନମୋହନ ପାତ୍ର ୧୦୯ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୭ଜଣଙ୍କୁ ୭୯ହଜାର ଟଙ୍କା ସହାୟତା ସହିତ ରେଡକ୍ରସ ପାଣ୍ଠିରୁ ୦୨ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏମ.ମିଞ୍ଜ ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର , ବୌଦ୍ଧ ସିଡିଏମଓ ଜୟକୃଷ୍ଣ ମିଶ୍ର, ହରଭଙ୍ଗା ତହସିଲଦାର ଶିବାନୀ ଦାଶ, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ଜିଲ୍ଲା ସୂଚନା ଲୋକ ସର୍ମ୍ପକ ଅଧିକାରୀ ରିତୀକାନ୍ତ ବଳିଆରସିଂହଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
Popular Categories



