ଓଡ଼ିଆ ବିଶ୍ୱବିଦ୍ୟାଳୟ : ପ୍ରଥମ ଦିନ ନାମ ଲେଖାଇଲେ ୩୬ ଜଣ
ଓଡ଼ିଆ ବିଶ୍ୱବିଦ୍ୟାଳୟ ନାମ ଲେଖା ଆରମ୍ଭ

ସାକ୍ଷୀଗୋପାଳ : ସତ୍ୟବାଦୀରେ ସ୍ଥାପିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ନାମ ଲେଖା କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ସୋମବାର ପ୍ରଥମ ଦିନରେ ୩୬ ଜଣ ଛାତ୍ରଛାତ୍ରୀ ଲେଖାଇ ଥିଲେ। ଇଣ୍ଡିଗ୍ରେଟେଡ଼ M A ଓ Ph. D ନିମନ୍ତେ ନାମ ଲେଖା ଅନୁଷ୍ଠିତ ହୋଇଥିଲା।
Odia language & literatureରେ ୨୪ଟି ଆସନ ମଧ୍ୟରୁ ୨୩ଜଣଙ୍କୁ ପ୍ରବେଶ ପତ୍ର ଦିଆଯାଇଥିଲା। ତେବେ୧୦ ଜଣ ଛାତ୍ରଛାତ୍ରୀ ନାମ ଲେଖାିଇଛନ୍ତି । ସେହିପରି linguistics & natural language processingରେ ମଧ୍ୟ ୨୪ଟି ଆସନ ମଧ୍ୟରୁ ୨୨ ଜଣଙ୍କୁ ପ୍ରବେଶ ପତ୍ର ଦିଆ ଯାଇଥିଲା ଓ ୧୧ ଜଣ ଛାତ୍ରଛାତ୍ରୀ ନାମ ଲେଖାିଇଛନ୍ତି । ଅନ୍ୟପକ୍ଷରେ Regional, Tribal language & Heritage studiesରେ ୨୪ଟି ଆସନ ମଧ୍ୟରୁ ୨୨ ଜଣଙ୍କୁ ପ୍ରବେଶ ପତ୍ର ଦିଆ ଯାଇଥିଲା ଓ ଜଣ ନାମ ଲେଖାିଇଥିଲେ।
ନାମଲେଖା ସମୟରେ ରେଜିଷ୍ଟ୍ରାର ରଶ୍ମିରେଖା ଦାସ, ଉପ ନିର୍ଦ୍ଦେଶକ PTC ରଜତ କୁମାର ମାନସିଂହ, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ଶିବ ସୁନ୍ଦର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ନାମଲେଖା ଦାୟିତ୍ବରେ ଥିବା ଅଧ୍ୟାପକ ଧନେଶ୍ୱର ମୁଦୁଲି, ଶଙ୍କର ପ୍ରସାଦ ମିଶ୍ର ଓ ଚନ୍ଦ୍ରଶେଖର ତ୍ରିପାଠୀ ନାମ ଲେଖା ପରିଚାଳନା କରିଥିଲେ। ଭବାନୀ ଶଙ୍କର ମିଶ୍ର, ସୀତାଂଶୁ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ଗୌଡୁ, ମହେଶ୍ୱର ମିଶ୍ର ଓ ଗଣନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ।
Comments are closed.