www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିବେ ନୂଆପାଟଣାର ପ୍ରତିମା

ତିଗିରିଆ: ପବିତ୍ର ରକ୍ଷା ବନ୍ଧନରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ କଟକ ତିଗିରିଆ ବ୍ଲକ ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣା ଗ୍ରାମର ଜଣେ ମହିଳା ସୋମବାର ଦିଲ୍ଲୀ ଅଭିମୁଖେ  ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ସାରା ଦେଶର ବିଭିନ୍ନ କୋଣରୁ ଖଦୀ କାରିଗରୀ କ୍ଷେତ୍ରରେ ପାରଦର୍ଶିତା ରହିଥିବା ୫୦ ଜଣ ମହିଳାଙ୍କୁ ନିମନ୍ତ୍ରଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ  ହେଉଛନ୍ତି ତିଗିରିଆ ନୂଆପାଟଣା ଗ୍ରାମର ସୁଧାକର ବେହେରାଙ୍କ ପତ୍ନୀ ପ୍ରତିମା ବେହେରା | ସେ ସ୍ଥାନୀୟ ମହିଳା ବିକାଶ ପରିଷଦର ଜଣେ ଖଦୀ ମହିଳା ବୁଣାକାର ଅଟନ୍ତି।

ସେ ଏନେଇ ଭାରତ ସରକାରଙ୍କ କେନ୍ଦ୍ର ଖଦୀ ଓ  ଗ୍ରାମଦ୍ୟୋଗ ଆୟୋଗ ଏବଂ ଓଡ଼ିଶା ରାଜ୍ୟ ଶାଖା କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ ପାଇବା ପରେ ସମସ୍ତ ପରିବାର ବର୍ଗ ମିଶି ହାତରେ ଏକ ରାକ୍ଷୀ ତିଆରି କରିଛନ୍ତି | ଉକ୍ତ ରାକ୍ଷୀରେ ରେଶମ ସୂତା, ପାଟସୂତା, ରକ୍ତ ଚନ୍ଦନ, ତୁଳସୀ, ରୁଦ୍ରାକ୍ଷ ଆଦି ବ୍ୟବହାର କରାଯାଇ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏଣୁ ରାଜଧାନୀ ଏକ୍ସପ୍ରେସରେ କଟକରୁ  ପ୍ରତିମା ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି | ରକ୍ଷା ବନ୍ଧନ ଦିନ ସନ୍ଧ୍ୟାରେ ଦିଲ୍ଲୀ ଠାରେ ହେବାକୁ ଥିବା ରକ୍ଷା ବନ୍ଧନ  କାର୍ଯ୍ୟକ୍ରମରେ ସେ ଭାଗନେବେ ବୋଲି ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories