www.samajalive.in
Sunday, December 14, 2025
14.1 C
Bhubaneswar

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଫୁଲବାଣୀ: ହାଇଦ୍ରାବାଦର ଏକ କମ୍ପାନୀରେ କାମ କରୁଥିବା କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଅଧୀନରେ ଥ‌ିବା ଯୋଡାପଡା ଗାଁର ଭୋଲେଶ୍ବର ମୁଖ୍ ଓରଫ ପିଣ୍ଟୁ। ଅନ୍ୟପଟେ ପିଣ୍ଟୁ ଆତ୍ମ ହତ୍ୟା କରିଥିବା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବା ବେଳେ ପିଣ୍ଟୁର ମୃତ୍ୟୁକୁ ନେଇ ନାନା ସନ୍ଦେହରେ ରହିଛନ୍ତି ପରିବାର ଲୋକେ। ମୃତ ପିଣ୍ଡୁ ପ୍ରାୟ ପାଞ୍ଚବର୍ଷ ହେଲା ନିଜ ସ୍ବୀ ଓ ଦେଢ଼ବର୍ଷର ଝିଅ କୁ ନେଇ ହାଇଦ୍ରାବାଦର ନାଳ ଗୁଣ୍ଡା ଥାନା ଅଧୀନରେ ଥିବା ଜିବିଆର ନାମକ ଏକ ବେସରକାରୀ କମ୍ପାନୀରେ କାମ କରିଆସୁଥିଲେ । ଏହି ଘଟଣାକୁ ନେଇ ସେହି ନାଲଗୁଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ପିଣ୍ଟୁ କାମ କରୁଥୁବା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହାୟତାରେ ମୃତଦେହଗାଁକୁ ଅଣାଯାଉଛି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ପିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପିଣ୍ଟୁଙ୍କ ପରିବାର ସହ ମିଶି ହାଇଦ୍ରାବାଦରେ ରହି କାମ କରୁଥିବା ମାମୁଁ ଶଶୁର ସୁନୀଲ ନାଏକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚୁରା ଜାରି ରଖୁଛି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories