www.samajalive.in
Sunday, December 14, 2025
26.1 C
Bhubaneswar

ବାହାନ ଚାଳକ ସାବଧାନ – ଏବେ ଠକ ଗୋଷ୍ଠୀ ମିଛ ଇ ଚାଲାଣ ପଠାଇ ଏପରି ଠକୁଛନ୍ତି

ନୂଆଦିଲ୍ଲୀ – ଏବେ ଦେଶରେ ବାହାନ ବା ଗାଡି ଚାଳକମାନଙ୍କୁ ଭୁଲ୍‌ ଗାଡି ଚାଳନା ପାଇଁ ଇ- ଚାଲାଣ ପଠାଯାଉଛି । ହେଲେ କିଛି ଠକ ଏହାର ଫାଇଦା ନେବା ଆରମ୍ଭ କଲେଣି । ଗାଡି ମାଲିକମାନଙ୍କର କିଛି ତଥ୍ୟ ହାସଲ କରିବା ପରେ ସେମାନଙ୍କୁ ଇ ଚାଲାଣର ମେସେଜ୍‌ ପଠାଉଛନ୍ତି । ଏହାପରେ ସେଥିରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍ କରି ପେମେଣ୍ଟ ଦେବା ପାଇଁ କହୁଛନ୍ତି ।

ପୁଲିସର ସୂଚନା ଅନୁସାରେ ସ୍କାମର୍ସ ମାନେ ଅବିକଳ ପରିବହନ ବିଭାଗର ମେସେଜ୍‌ ପରି ମେସେଜ୍‌ ପଠାଉଛନ୍ତି । ଏହାକୁ ଦେଖିଲେ ଅସଲି ପରି ଲାଗିବ । ଏଥିରେ ପରିବହନ ବିଭାଗର ନକଲି ଓ୍ୱେବସାଇଟ୍‌ ଲିଙ୍କ୍‌ ଦେଉଛନ୍ତି । ଏଥିରେ କ୍ଲିକ୍‌ କରି ବ୍ୟକ୍ତିଗତ ତଥ୍ୟ ଦେବା ପାଇଁ କହିବା ସହ ଚାଲାଣ ଭରିବା ପାଇଁ ମେସେଜ୍‌ ଦେଉଛନ୍ତି ।

- Advertisement -

କିଛି ଲୋକ ହଡବଡରେ ଏହି ଲିଙ୍କ୍‌ କ୍ଲିକ୍‌ କରି ଚାଲାଣ ଭରୁଛନ୍ତି । ମାତ୍ର ପରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିବା ପାଇଁ ପାଉଛନ୍ତି । ପରିବହନ ବିଭାଗର ନକଲି ଓ୍ୱେବସାଇଟ୍‌ ମଧ୍ୟ ଏଥିପାଇଁ ତିଆରି କରିଛନ୍ତି ।

ଦେଶରେ ସାଇବର ଅପରାଧ ବୃଦ୍ଧି ପାଇଛି । ବିଭିନ୍ନ ଢଙ୍ଗରେ ଲୋକମାନଙ୍କୁ ଠକିବା ପାଇଁ ଠକ ପଛାଉ ନାହାନ୍ତି । ଏବେ ମିଛ ଇ-ଚାଲାଣ ପଠାଇ ଲୋକମାନଙ୍କୁ ସେମାନେ ଠକୁଥିବା ବିଷୟ ସାମ୍ନାକୁ ଆସିଛି ।

 

ଏପରି ମେସେଜ୍‌ ଆସିଲେ ଭଲକରି ଏହାକୁ ଯାଞ୍ଚ କରିବା ପାଇଁ ସାଇବର ପୁଲିସ ପକ୍ଷରୁ କୁହାଯାଇଛି । କୌଣସି ମିଛ ବା ନକଲି ଓ୍ୱେବସାଇଟ୍‌ରେ କୌଣସି ବ୍ୟକ୍ତିଗତ ତଥ୍ୟ ଅପଲୋଡ୍‌ ନକରିବା ପାଇଁ ନିର୍ଦେଶ ଦିଆଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories