www.samajalive.in
Monday, December 15, 2025
14.1 C
Bhubaneswar

ସମାନ ନାଗରିକ ସଂହିତା ଓ ମଣିପୁର ଘଟଣାର ପ୍ରତିବାଦରେ ବିକ୍ଷୋଭ

ଫୁଲବାଣୀ : କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସମାନ ନାଗରିକ ସଂହିତାର ବିରୋଧ ଏବଂ ମଣିପୁରର ସାମ୍ପ୍ରତିକ ପରିସ୍ଥିତି ନେଇ ଗୁରୁବାର ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  ଆଦିବାସୀ ନେତା ଲମ୍ବୋଦର କହଁର ଓ ରାଜ୍ୟ ସମ୍ପାଦକ ପ୍ରଦୀପ କହଁରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସର୍କିଟ ହାଉସ ଠାରୁ ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭରେ ଅଂଶ ଗ୍ରହଣ କରିଥିବା ମହିଳା ମାନେ ମଣିପୁରରେ ମହିଳାଙ୍କୁ ନିର୍ଯାତନା ବିରୁଦ୍ଧରେ ସ୍ଲୋଗାନ ଦେବା ସହିତ ପ୍ଲାକାର୍ଡ ଧରି  ବିରୋଧ ପ୍ରଦର୍ଶନ କରିଥିଲେ। ରାଲିକୁ ସମ୍ବୋଧନ କରି ଆଦିବାସୀ ନେତା ମାନେ  ମାନ ନାଗରିକ ସଂହିତାର ତୀବ୍ର ବିରୋଧ କରିବା ସହ ଏହା ଆଦିବାସୀ ମାନଙ୍କ ପରିଚୟ ଲୋପ କରିଦେବା ପାଇଁ କେନ୍ଦ୍ର ସରକାରଙ୍କ ଏକ  ଅପଚେଷ୍ଟା ବୋଲି କହିଥିଲେ। ମଣିପୁର  ପରିସ୍ଥିତି ଉପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି କହିଛନ୍ତି ଆଦିବାସୀ ନେତା। ବିକାଶ ନାମରେ, ପରିବେଶ, ବନ୍ୟଜନ୍ତୁ ସୁରକ୍ଷା ନାମରେ ଆଦିବାସୀ ମାନଙ୍କୁ ଜଳ, ଜଙ୍ଗଲ ଏବଂ ଜମିରୁ ବିସ୍ଥାପନ କରି ସେମାଙ୍କର ଜୀବିକା ଛଡାଇ ନେବାର ଷଡଯନ୍ତ୍ର କରାଯାଉଛି ବୋଲି ନେତା ମାନେ ଅଭିଯୋଗ  କରିଛନ୍ତି । ଡ଼ି-ଲିଷ୍ଟିଙ୍ଗ ନାମରେ ଧର୍ମ ପରିବର୍ତ୍ତିତ ଆଦିବାସୀଙ୍କୁ ଅନୁସୂଚିତ ଜନଜାତି ତାଲିକାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ତଥା  ଆଦିବାସୀ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଏକତା ପରିଷଦ ଅଭିଯୋଗ କରିଛି। ପୂର୍ବତନ ସରପଞ୍ଚ ଗୀତାଞ୍ଜଳି କହଁର,ସଂଖ୍ୟାଲଘୁ ନେତା ସୁରଞ୍ଜନ ନାଏକଙ୍କ ସମେତ ଶତାଧିକ ଲୋକ ବିକ୍ଷୋଭରେ ଭାଗ ନେଇଥିଲେ।  ଏ ଅବସରରେ ଏକ ୨୧ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories