www.samajalive.in
Saturday, December 6, 2025
26.1 C
Bhubaneswar

ଦୁଇଦିନ ପରେ ଗଣେଶ ପୂଜା : ବିକ୍ରି ହେଉନି ମୂର୍ତ୍ତି, ମୁହଁରୁ ଭାତ ଛଡାଇ ନେଲା କରୋନା

ସୁଆଣ୍ଡୋ : ଶନିବାର ଗଣେଶ ପୂଜା। ବଜାରରେ ବିକ୍ରି ହେଉନି ମୂର୍ତ୍ତି। ପଚାଶ ଟଙ୍କାରୁ ଆରମ୍ଭ କରି ଚାରି ହଜାର ଟଙ୍କାର ମୂର୍ତ୍ତି ଗଢି ପସରା ମେଲେଇ ରାଜରାସ୍ତାରେ କାରିଗର। ମାସକ ତଳୁ ଦିହରୁ ଝାଳ ନିଗାଡି ଏକମନ ଏକପ୍ରାଣ ହୋଇ ଗଢିଥିଲା ମୂର୍ତ୍ତି  ଗଣେଶ ପୂଜା ବେଳେ ମୂର୍ତ୍ତିଗୁଡ଼ିକ ବିକି ଦି ପଇସା ରୋଜଗାର କରିବ। ହେଲେ ଦଇବ ସହିଲା ନାହିଁ । ଗଣେଶ ପୂଜାକୁ ନେଇ କୋଭିଡ କଟକଣା ଜାରି କରାଯାଇଛି। ସ୍କୁଲ କ୍ଲବ ସାହି ବସ୍ତିର କେହି ଜଣେ ବି ମୂର୍ତ୍ତି କିଣିବାକୁ ଆସୁନାହାନ୍ତି। ଏତେ ଗୁଡ଼ିଏ ମୂର୍ତ୍ତି କଣ କରିବି ବୋଲି କହନ୍ତି କାରିଗର ପ୍ରତାପ ପ୍ରଧାନ। ନିଜେ ଯାହା ପରିଶ୍ରମ କଲି ତ କଲି ବଜାରରୁ କିଣିଥିବା ରଙ୍ଗ ଦାମ ବି ଉଠେଇ ପାରିବିନି। ବାହାରେ ମୂଲ ମଜୁରୀ ଲାଗିବା ଅପେକ୍ଷା ନିଜେ ପରିଶ୍ରମ କରି ମୂର୍ତ୍ତି ଗଢି ରୋଜଗାର କରି ଆସୁଥିଲି। କୋଡ଼ିଏ ବର୍ଷ ଧରି ଖୁଦୁରୁକୁଣୀ, ଦୁର୍ଗା, କାର୍ତ୍ତିକେଶ୍ଵର, ଗଣେଶ, ସରସ୍ଵତୀଙ୍କର ମୂର୍ତ୍ତି ଗଢିଆସୁଛି। ଏହା ହିଁ ମୋର ବେଉସା ଥିଲା । ଆମ ଭଳି ଗରିବ ଲୋକଙ୍କ ଅଣ୍ଟାକୁ କରୋନା ଭାଙ୍ଗି ସାରିଲେଣି ବୋଲି ମନ ଦୁଃଖରେ ଶ୍ରୀ ପ୍ରଧାନ କହିଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories