www.samajalive.in
Saturday, December 6, 2025
26.1 C
Bhubaneswar

କର୍ମଚାରୀ କରୋନା ସଂକ୍ରମିତ, ବାଙ୍କୀ ଷ୍ଟେଟ୍‍ ବ୍ୟାଙ୍କ ସଟ୍‍ଡାଉନ୍‍ ଘୋଷଣା

କଳାପଥର: ବାଙ୍କୀ ଷ୍ଟେଟ୍‍ ବ୍ୟାଙ୍କର ଜଣେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଫେରନ୍ତା କର୍ମଚାରୀ ମଙ୍ଗଳବାର ଦିନ ଆସି ବ୍ୟାଙ୍କରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କର ଥଣ୍ଡା, କାଶ, ଜ୍ୱର ଲାଗି ରହିବାରୁ ବ୍ୟାଙ୍କ କର୍ତ୍ତୁପକ୍ଷ ତାଙ୍କୁ ଚିକିିତ୍ସା ପାଇଁ କଟକ ପଠାଇଥିଲେ। ସେଠାରେ ତାଙ୍କର ଆଣ୍ଟିଜେନ୍‍ ଟେଷ୍ଟ୍‍ କରାଯିବା ପରେ ପୁନର୍ବାର କୋଭିଡ ପରୀକ୍ଷା କରାଯାଇଥିଲା। ଗତକାଲି ରାତିରେ ତାଙ୍କର ରିପୋର୍ଟ ପଜିଟିଭି ଆସିଥିବା ଜଣାପଡିଥିଲା। ଏହି କର୍ମଚାରୀ ଜଣଙ୍କ ବାଙ୍କୀ ଷ୍ଟେଟ୍‍ ବ୍ୟାଙ୍କର ଅଧିକାଂଶ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସମସ୍ତଙ୍କୁ ହୋମ୍‍ କ୍ୱାରେଣ୍ଟାଇନରେ ରଖାଯାଇଛି। ଆଜି ବାଙ୍କୀ ଷ୍ଟେଟ୍‍ ବ୍ୟାଙ୍କ କାର୍ଯ୍ୟାଳୟକୁ ବିଶୋଧନ କରାଯାଇ ବ୍ୟାଙ୍କକୁ ସଟ୍‍ଡାଉନ୍‍ ଘୋଷଣା କରାଯାଇଥିବା ବ୍ୟାଙ୍କ ପକ୍ଷରୁ ଜଣାଯାଇଛି।

କଟକରୁ ଏକ ଡାକ୍ତରୀ ଦଳ ଆସି ଷ୍ଟେଟ୍‍ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କର ସ୍ୱାବ୍‍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯିବ। ସେହିଭଳି ଗତକାଲି ଡମପଡ଼ା ବ୍ଲକରେ ୧୧ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଡମପଡ଼ା ବ୍ଳକର ଭଗିପୁର, ବାଆଁରା ଗ୍ରାମପଂଚାତୟରେ ସଟ୍‍ଡାଉନ୍‍ ଘୋଷଣା କରାଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories